-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
14-Dec-2021
ନର୍ଲା (ସଞ୍ଜିବ ଦାସ) ନର୍ଲାବ୍ଲକ ଅଧିନ ରୁପ୍ରା ଅହିଂସା ଛକରେ ଲକ୍ଷ୍ମୀପୁଜା କମିଟି ତରଫରୁ ୧୦ତମ ମାଣବସା ଲକ୍ଷ୍ମୀପୂଜା ଉପଲକ୍ଷେ ମଙ୍ଗଳବାର ସନ୍ଧ୍ୟାରେ କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂଜା ମଣ୍ଡପରୁ ଶତାଧିକ ମହିଳା କଳସ ଯାତ୍ରାରେ ବାହାରି ପାଣି ଆଣିବା ନିମନ୍ତେ ସୂନାମୂହିଁ ସାଗରକୁ ଯାଇଥିଲେ । ସେଠାରେ ବ୍ରହ୍ମପୁରର ପଣ୍ଡିତ ମହେଶ୍ୱର ଶତପଥି ଓ ଅଶୋକ ଶତପଥି ପୂଜା କରିବା ପରେ ମହିଳା ମାନେ କଳସରେ ପାଣି ଭରି ପୁଣି ପୂଜା ମଣ୍ଡପକୁ ଆସି ମଣ୍ଡପରେ ସ୍ଥାପନ କରିଥିଲେ । କର୍ତ୍ତା ଦାୟିତ୍ୱରେ ଟୁଲୁ ନାଏକ ଓ ତାଙ୍କ ପତ୍ନୀ ଶୁଭଶ୍ରୀ ନାଏକ ଥିବାବେଳେ ବୁଧବାର ସକାଳୁ ପୂଜାରମ୍ଭ ହେବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ନିରାଡମ୍ୱର ଭାବରେ ପୂଜା ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ପ୍ରକାଶ କରିଛନ୍ତି ।