-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
14-Dec-2021
ପୁରୀ, ଗତକାଲି ଶ୍ରୀମନ୍ଦିରରେ ଓଢଣୀ ଷଷ୍ଠୀ ପାଳିତ ହେବା ପରେ ଶୀତ ର ପ୍ରକୋପ ବଢିଥାଏ ବୋଲି ସାଧାରଣରେ ବିଶ୍ୱାସ। ଏହି ପରିପ୍ରେକ୍ଷୀରେ ଉତ୍କଳ ବିଦ୍ୱତ୍ ପରିଷଦ ତରଫରୁ ଶୀତ ବସ୍ତ୍ର ବଣ୍ଟନ ଅଭିଯାନ ଆରମ୍ଭ କରାଯାଇଛି।ଆଜି ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାର୍ଶ୍ଵ ରେ ବଟଶ୍ୱେରି ମନ୍ଦିର ନିକଟରେ ମୁକ୍ତି ମଣ୍ଡପ ଅଧିକାରୀ ବ୍ରାହ୍ମଣ ଓ ପଞ୍ଚକୋଶି ବ୍ରାହ୍ମଣ ୯୫ଜଣଙ୍କୁ କମ୍ବଳ ଓ ଦକ୍ଷିଣା ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଉତ୍କଳ ବିଦ୍ୱତ୍ ପରିଷଦ ର ଅଧ୍ୟକ୍ଷ ମନୋଜ ରଥ, ସଚିବ ବିଜୟ କୃଷ୍ଣ ବ୍ରହ୍ମା, ଦୃଷ୍ଟି ନିର୍ଦେଶକ ନାରାୟଣ ଦାଶ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା,ଭଏସ ଅଫ କମନ ମ୍ୟାନ ମୁଖ୍ୟ ହେକ୍ଟର ମିଶ୍ର, କୁମାର ଉତ୍ସବ ସମିତି ସମ୍ପାଦକ ସ୍ୱାଧୀନ ପଣ୍ଡା, ଆପଣଙ୍କ ସେବାରେ ଅନୁଷ୍ଠାନ ସମ୍ପାଦକ ବିରଞ୍ଚି ମିଶ୍ର, ବରିଷ୍ଠ ସେବକ ଶ୍ୟାମ ସୁନ୍ଦର ମହାପାତ୍ର, ସମାଜସେବୀ ଭଗବତୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।