-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||     

HOME   ଜିଲ୍ଲା

ସ୍ୱଚ୍ଛ ସାଥୀ ଙ୍କ ଗୁହାରି ଶୁଣିବ କିଏ ?

14-Dec-2021



ବଲାଙ୍ଗୀର (ପ୍ରେରଣା ଖବର ବ୍ୟୁରୋ) ::- ସରକାର ସ୍ୱଚ୍ଛ ଏବଂ ସବୁଜ ପରିବେଶ ପାଇଁ ଅନେକ ଯୋଜନା କରିଛନ୍ତି । ପ୍ରତି ଜିଲ୍ଳାରେ ସ୍ଵଚ୍ଛ ପରିବେଶ ସୃଷ୍ଟି ପାଇଁ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଏସ ଏଚ ଜି ଗ୍ରୁପ ରୁ ସ୍ୱଚ୍ଛ ସାଥୀ ମାନଙ୍କୁ ସ୍ୱଳ୍ପ ପାରିଶ୍ରମିକ ରେ ନିୟୋଜନ କରାଯାଇଛି ।ମୁନିସିପାଲିଟି  ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସ୍ୱଚ୍ଛ ସାଥୀ ମାନଙ୍କୁ ନିଯୁକ୍ତି ଦେଇ କାର୍ଯ୍ୟ କରାଇଥାଏ । ସ୍ୱଚ୍ଛ ସାଥୀ ମାନଙ୍କ କାମ ତଦାରଖ ପାଇଁ ସୂପରଭାଇଜର ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ର ପ୍ରତି ଜିଲ୍ଲାରେ ଏହି କାର୍ଯକ୍ରମ ଚାଲିଅଛି । ବଲାଙ୍ଗୀର ଜିଲ୍ଲାରେ ଥିବା ଏସ ଏଚ ଜି ଗ୍ରୁପ ମାନଙ୍କ ମଧ୍ୟରୁ ୩୬ ଜଣ ମହିଳା ଙ୍କୁ ସ୍ୱଚ୍ଛ ସାଥୀ ଭାବରେ ନିଯୁକ୍ତି ମିଳିଥିବା ବେଳେ ଏମାନଙ୍କ କାର୍ଯ୍ୟ କୁ ତଦାରଖ କରିବା ପାଇଁ ୯ ଜଣ ମହିଳା ଙ୍କୁ ସୂପରଭାଇଜର ଭାବେ ନିଯୁକ୍ତି ଦିଆଯାଇଛି । 
  ସ୍ୱଚ୍ଛ ସାଥୀ ୱାର୍ଡ ବୁଲି ସଫେଇ କର୍ମଚାରୀ ମାନଙ୍କ ସହ ସଫେଇ କାର୍ଯକ୍ରମ ତଦାରଖ କରିବେ । ବିଭିନ୍ନ ସ୍ଥାନରେ ପଡ଼ିଥିବା ଅଳିଆ ଆବର୍ଜ୍ଜନା କୁ ଟ୍ରାକ୍ଟର, ଜେ ସି ପି, ବଭ, ଏଲ ସି ଭି ଭଳି ଗାଡ଼ି ରେ ଉଠାଇ ସଫା କରିବାର ଦାୟିତ୍ବ ସ୍ୱଚ୍ଛ ସାଥୀ ମାନଙ୍କର ନିତିଦିନିଆ କାମ । ନାଳ ନର୍ଦ୍ଦମା ପରିଷ୍କାର ପରିଚ୍ଛନ୍ନ ରଖିବା ସହ ପ୍ରତିଦିନ ସୁଇପର ମାନଙ୍କ ଉପସ୍ଥାନ ନେଇ କାମ କରେଇବା ।ଗୃହ ମାନଙ୍କରୁ ବାହାରୁଥିବା ଅଳିଆ କୁ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର କୁ ପଠାଇବା ନିତିଦିନିଆ କାମ ।
  ଏହା ବ୍ୟତୀତ ୱାର୍ଡ ରେ ଥିବା ଘର,ଦୋକାନ,ବଜାର ମାନଙ୍କ ଠାରୁ ୟୁଜର ଫି ଆଦାୟ କରିବା । ୟୁଜର ଫି ଆଦାୟ ବେଳେ ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି  ସମ୍ମୁଖିନ କରୁଥିବା ଦେଖିବାକୁ ମିଳୁଛି । ୟୁଜର ଫି ଆଦାୟ ବେଳେ ଅନେକ ସ୍ଥାନରେ ମାନସିକ ନିର୍ଯାତନା ର ଶିକାର ହେଉଥିବା ଦେଖିବାକୁ ମିଳୁଛି ।ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଜଣାପଡିନାହିଁ । ସଫେଇ କାର୍ଯ୍ୟ ବ୍ୟତୀତ ମୁନିସିପାଲିଟି ର ସମସ୍ତ ସର୍ଭେ କାମରେ ଏମାନଙ୍କୁ ନିୟୋଜିତ କରାଯାଇଛି । କରୋନା ଟିକା ସର୍ଭେ, ଘର ଘର ବୁଲି ଔଷଧ ଦେବା,ଆଧାର ସର୍ଭେ,ପାଇଖାନା ସର୍ଭେ,ଆବାସ ଯୋଜନା ସର୍ଭେ ସହ ସମସ୍ତ ସଫେଇ କାର୍ଯ୍ୟ କରିବାକୁ ପଡୁଛି । ମୁନିସିପାଲିଟି ର ୱାର୍ଡ ଅଫିସର କରିବା କାମ ମଧ୍ୟ ଏମାନଙ୍କୁ କରିବାକୁ ପଡୁଛି । ସ୍ୱଚ୍ଛ ସାଥୀ ମାନଙ୍କୁ ଗୋଟିଏ ୱାର୍ଡ ରୁ ଆଉ ଗୋଟିଏ ୱାର୍ଡ କୁ ବୁଲି କାମ କରିବାକୁ ପଡୁଛି । 
  ଏତିକି ରେ ସ୍ୱଚ୍ଛ ସାଥୀ ମାନଙ୍କ କାମ ସରି ଯାଉନାହିଁ । ସେମାନେ ଏହି କାମ ପରେ ବଲାଙ୍ଗୀର ଠାରୁ ୫/୬ କିଲୋମିଟର ଦୂରରେ ବିଜାଖମନ୍ ଠାରେ ଥିବା ବର୍ଯ୍ୟ ବସ୍ତୁ ପରିଚାଳନା କେନ୍ଦ୍ର( ଏମ ସି ସି ) କୁ ଯାଇ ସେହି କାର୍ଯ୍ୟ କୁ ତଦାରଖ କରିବାକୁ ପଡୁଛି । ସେଠାକୁ ଯିବା ପାଇଁ ସ୍ୱଚ୍ଛ ସାଥୀ ନିଜ ପାକେଟ ରୁ ଟଙ୍କା ଖର୍ଚ୍ଚ କରି ନିଜ ସାଧନାରେ ଉକ୍ତ ସ୍ଥାନକୁ ଯାଉଥିବାରୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ସ୍ୱଚ୍ଛ ସାଥୀ ମାନଙ୍କ କାମ କରିବା ର ସମୟ ସାରଣୀ ନାହିଁ । ଯେତେବଳେ ଯେଉ ମୁହୂର୍ତ୍ତରେ ଡାକିଲେ ଉପସ୍ଥିତ ରହି କାମ କରିବାକୁ ପଡୁଛି ।
  ତେବେ ଏଠି ପ୍ରଶ୍ନ ଉଠେ ଏମାନେ ଦରମା ପାଆନ୍ତି କେତେ? ଜଣେ ସ୍ୱଚ୍ଛ ସାଥୀ ଦିନସାରା ପରିଶ୍ରମ କରି ପାଏ କେତେ ? ମାତ୍ର ୪୦୦୦ ଟଙ୍କା । ସେହି ୪୦୦୦ ଟଙ୍କାରୁ ମଧ୍ୟ ବାଟ ମାରଣ ହେଉଥିବା ଚର୍ଚ୍ଚା ହୁଏ । କିଛି ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ସମ୍ପାଦକ ଏମାନଙ୍କ ଦରମାରୁ ୧୦୦୦ ରୁ ୨୦୦୦ ପର୍ଯ୍ୟନ୍ତ ଟଙ୍କା କାଟି ଦେଉଥିବା ଚର୍ଚ୍ଚା ହୁଏ । ନିରୁପାୟ ହୋଇ ପୁଣି ସକାଳ ହେଲେ ଲାଗିଯାଇଥାନ୍ତି ତାଙ୍କ କାମରେ ।ଗୁହାରି କରିବେ କାହାକୁ ? ବାଧ୍ୟ ହୋଇ କମ୍ ଟଙ୍କା ନେଇ ଲୁହଭରା ଆଖିରେ କାମରେ ଲାଗି ଯାଆନ୍ତି ।ଯଦି ସ୍ୱଚ୍ଛ ସାଥୀ ମାନଙ୍କ ମାସିକ ପାଉଣା ତାଙ୍କ ବ୍ୟକ୍ତିଗତ ଜମା ଖାତା ରେ ଜମାକଲେ  ଉପକୃତ ହେବାର ଆଶା ଦେଖାଯାଏ ।
  ସ୍ୱଚ୍ଛ ସାଥୀ ମାନେ କାମ କଲା ବେଳେ ସମ୍ମୁଖିନ ହେଉଥିବା ସମସ୍ୟା ର ସମାଧାନ କଲେ ଆଗାମୀ ଦିନରେ କାମ କରିବାରେ ଉତ୍ସାହିତ ହେବେ ।ଏଥିପ୍ରତି ଉଚ୍ଚ କତୃପକ୍ଷ ଧ୍ୟାନଦେଲେ ଆଗକୁ ଆସୁଥିବା ସମସ୍ୟା କୁ ରୋକାଯାଇ ପାରିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026

You Might Also Like