-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
ଢେଙ୍କାନାଳ (ତାପସ ଦାସ) : ଆଜି ଢେଙ୍କାନାଳ ସହରର କଲେଜ ବାଏ ପାସ ନିକଟରେ ଥିବା ଡକ୍ଟର ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା । ଏଥି ନିମନ୍ତେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ପିଲାମାନେ ବିଦ୍ୟାଳୟ ଠାରୁ ଏକ ଅଭିଯାନ ଆରମ୍ଭ କରି କାଠଗଡ଼ା ପର୍ଯ୍ୟନ୍ତ ସ୍ୱାସ୍ଛତା ଉପରେ ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟିକରିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ତତ୍ୱବାଧାନରେ ସାନିଟାଇଜେସନ
ଉପରେ ଏକ ଆଲୋଚନା ସଭା ଆୟୋଜିତ କରାଯାଇଥିଲା । ଉକ୍ତ ସଭାରେ ଛାତ୍ରୀ ଦେବସ୍ମିତା ନାଥ ଓ ଛାତ୍ର ଅଭିଜିତ ପାତ୍ର ନିଜର ବକ୍ତବ୍ୟ ରଖିଥିଲେ ।ପିଲାମାନେ କିଭଳି ସ୍ୱସ୍ଛ ରହିବେ ଏବଂ ପରିବେଶକୁ ପରିଷ୍କାର ପରିଛନ ରଖିବେ ତାହା ଉପରେ ଗୁରୁତ୍ୱରୋପ ଦେଇଥିଲେ । ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।ପରିଶେଷରେ ଶିକ୍ଷୟତ୍ରୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।