-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ ରଣଜିତପୁର ଗ୍ରାମର କୄଷ୍ଣଚନ୍ଦ୍ର ସାହୁ ନିଜ ଖଳାରେ ଟ୍ରାକ୍ଟର ଓ ଥ୍ରେସର ଯୋଗେ ଧାନ ଅମଳ କରୁଥିବା ସମୟରେ ଟ୍ରାକ୍ଟର ର ଯାନ୍ତ୍ରିକ ତ୍ରୁଟି କାରଣରୁ ଗରମ ହୋଇ ପାଖରେ ଥିବା ପାଳରେ ନିଆଁ ଲାଗିବା ସହ ଟ୍ରାକ୍ଟରକୁ ମଧ୍ୟ ନିଆଁ ଲାଗିଯାଇଥିଲା । କିଛି ପରିମାଣରେ ଧାନରେ ମଧ୍ୟ ନିଆ ଲାଗି ଯାଇଛି ।
ପାଖରେ ଥିବା ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ଧାନ ଗଦା ନିଆ ଲାଗିବାରୁ ବଞ୍ଚି ଯାଇଥିଲା କିନ୍ତୁ ଟ୍ରାକ୍ଟର ଓ ପାଳ ହୁ ହୁ ହୋଇ ଜଳିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ପାଖରେଥିବା ନଳକୂପରୁ ବାଲଟି ଗରା ଆଦିରେ ପାଣି ଆଣି ନିଆକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଯାହା ଫଳରେ ଚାଷୀର ତିନି ଏକରର ଜମିରୁ ଅମଳ ହୋଇଥିବା ଧାନ ବର୍ତିଯାଇଛି ।ପ୍ରକୃତି ର ତାଡନା ରେ ମରୁଡି ରେ ଚାଷୀ ଜୁଛୁଥିବା ବେଳେ ଏବେ ଟ୍ରାକ୍ଟର ଦାଉ ସାଜିଲା lଏ ଭଳି ପରିସ୍ଥିତି ଚାଷୀ କରିବ କଣ ?