-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ମାଣ୍ଡୋସିଲ ଜନ ଆରୋଗ୍ୟ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ପରିଷଦ ସଦସ୍ୟ ତଥା ଜନ ଆରୋଗ୍ୟ ସମିତି ର ଚେୟାରମେନ ବିଶ୍ଵନାଥ ବାଗ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆର୍ଥିକ ପାଣ୍ଠିର ସତ ବିନିଯୋଗ କରିବା,ଜିଲ୍ଲା ପରିଷଦ ପାଣ୍ଠିରେ ଶୌଚାଲୟ ନିର୍ମାଣ,ଡାକ୍ତରଖାନାକୁ ସୌନ୍ଦର୍ଯ୍ୟି କରଣ କରିବା ଆଦି ଉପରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର କାର୍ଯ୍ୟରତ ମେଡିକାଲ ଅଫିସର ଡାକ୍ତର ସୌମ୍ୟରଞ୍ଜନ ଦାସ,ଆୟୁଷ ଡା:ଅନିତା ମିଶ୍ର, ବୁକୁରାମୁଣ୍ଡା ସି.ଏଚ.ସି ର ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତୁଷ କୁମାର ଚନ୍ଦ୍ରକାର, ଫାର୍ମାସିଷ୍ଟ ପି.କେ.ଭଦ୍ର, ଏଲ.ଏଚ.ଭି ପାଞ୍ଚାଳୀ ସୁନା, ମହିଳା ସ୍ବାସ୍ଥ୍ୟକର୍ମୀ ସୁଭଦ୍ରା ମହନ୍ତ, ମହିଳା ସ୍ବାସ୍ଥ୍ୟକର୍ମୀ ପଦ୍ମିନୀ ପଣ୍ଡା,ବ୍ଳକ ଡାଟା ମ୍ୟାନେଜର ସଞ୍ଜିବ ମେହେର, ଆଇ.ସି.ଡି.ଏସ ସୁପରଭାଇଜର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।