-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
ଢେଙ୍କାନାଳ (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ସାପୁଆଝର ଗ୍ରାମର ଜଣେ ମହିଳା ନ୍ୟାୟ ପାଇବା ଓ ଥାନା ପକ୍ଷ ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ ସାପୁଆଝର ଗ୍ରାମର ଜଣେ ବିବାହିତ ମହିଳା ଗତ ୨୭ ନଭେମ୍ବର ସନ୍ଧ୍ୟା ସମୟରେ ଘରେ ଏକ ଥିବା ସମୟରେ ସାଆନ୍ଦାପଶି ଗ୍ରାମର ଖଗ ପ୍ରଧାନ ଘରେ
ପଶି ମନ୍ଦ ଉଦ୍ଦେଶ୍ୟ ନେଇ ଅସଦାଚାରଣ ପାଇଁ ଚେଷ୍ଟା କରିବା ବେଳେ ମହିଳା ଜଣଙ୍କ ଚିତ୍କାର କରିବାରୁ ଏକ ବାଡିରେ ବାଡ଼େଇ ଗୋଡା ଭାଙ୍ଗିବାକୁ ଚେଷ୍ଟା କରିଥିଲା। ସାହି ଲୋକମାନେ ଚିତ୍କାର ଶୁଣି ଘରକୁ ପଶିଆସିଲେ ଫଳରେ ଖଗ ପ୍ରଧାନ ଘଟଣାସ୍ଥଳରୁ ଫେରାର୍ ହୋଇଛି । ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ୬ ଦିନ ହେବ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ନିରୁପାୟ ମହିଳା ଜଣଙ୍କ ଏସପି ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି।