-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
27-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ରେ ଏକ ସପ୍ତାହ ବ୍ୟାପି ଚାଲିଥିବା ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ ହୋଇଯାଇଛି ।ପ୍ରୋଗ୍ରାମ ଅଫିସର ତଥା ଅଧ୍ୟାପକ ରୋହିତ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି ଶିବିରରେ ଛାତ୍ରୀମାନେ ନିକଟସ୍ଥ କୋଳପଦା ଠାରେ ଭାଷା ସଂସ୍କୃତି,ସ୍ୱଚ୍ଛ ଭାରତ ଅଭିଯାନ,ବାୟୁ ପ୍ରଦୂଷଣ ତାର ନିରାକରଣ,ସଡ଼କ ସୁରକ୍ଷା,ସାମାଜିକ ଅର୍ଥନୈତିକ ସର୍ଭେ, ସାକ୍ଷରତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗ୍ରାମବାସୀଙ୍କ ସଚେତନ କରାଯାଇଥିଲା ।କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ଯୋଗଦେଇ ଜାତୀୟ ସେବା ଯୋଜନା ର ମହତ୍ତ୍ୱ ଉପରେ ଆଲୋକପାତ
କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଓଡ଼ିଶା ଅଧ୍ୟାପକ ନିରଞ୍ଜନ ପାଣ୍ଡିଆ,ମନୋବିଜ୍ଞାନ ଅଧ୍ୟାପକ ମନୋରଞ୍ଜନ ପ୍ରଧାନ ଯୋଗଦେଇଥିଲେ ।ଏହି ଅବସରରେ ଭାଗ ନେଇଥିବା ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରୋଗ୍ରାମ ଅଫିସର ରୋହିତ ପ୍ରଧାନ ସେବା ଯୋଜନା ତରଫରୁ ଅନୁଷ୍ଟିତ କାର୍ଯ୍ୟକ୍ରମର ସଫଳ ଦିଗରେ ସୂଚନା ଦେଇଥିବା ବେଳେ ସଭାକୁ ଅଧ୍ୟାପକ ଧନେଶ୍ଵର ସାହୁ ସଂଯୋଜନା ଓ ଶେଷରେ ଅଧ୍ୟାପକ ପ୍ରିତିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅନୁଷ୍ଟିତ ଏହି ଶିବିର ପରିଚାଳନାରେ ଅଧ୍ୟାପକ ସନୋଜ କୁମାର ଦାଶ,ଖେଳ ଶିକ୍ଷକ ନାରାୟଣ ଚୌଧୁରୀ,ଗରିବ ସାଳମା ପ୍ରମୁଖ ସହଯୋଗ କରିଥିଲେ ।