-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2021
ବଲାଙ୍ଗିର, ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଗତକାଲି ଦ୍ୱିତୀୟ ଦିନ କଣ୍ଟାବାଞ୍ଜି ଓ ଏଫସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି ପ୍ରଥିମେ କଣ୍ଟାବାଞ୍ଜି ଦଳ ବ୍ୟାଟିଂ କରିବାର ନିଷ୍ପତି ନେଇ ୩୦.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୧୫ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଜିତେଶ ବଗର୍ତ୍ତୀ ସର୍ବାଧିକ ୨୮, ମିଥୁନ ତାଣ୍ଡି ୨୩ ଓ ସମିର ଖାନ ୨୦ ରନ୍ ସଂଗ୍ରହର କରିଥିଲେ ଏଫସିସି ଦଳ ତରଫରୁ ସଫଳ ବୋଲର ଭାବେ ସନ୍ତୋଷ ୟାଦବ ୫ ଗୋଟି ଓ ନିତିଶ ଭଞ୍ଜନ ୪ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଏଫସିସି ଦଳ ୨୩.୫ ଓଭରରେ ୫ ଉଇକେଟ ବିନିମୟରେ ୧୧୬ରନ୍ର ସଂଗ୍ରହ କରି ବିଜୟୀ ହୋଇଥିଲେ । ଆଜିର ଏହି ଦୁଇଟି ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର, ରାଜେନ୍ଦ୍ର ସେଠ୍ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍ ଭାବରେ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ ।