-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2021
କଣ୍ଟାବାଞ୍ଜି,(ଆନନ୍ଦ ମୋଟେ) . ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ । ଆଜିର ଦିନରେ କଣ୍ଟାବାଞ୍ଜି ସହ ତଥା ଆଖ ପାଖ ଅଞ୍ଚଳର ଆଦିବାସୀ ଯୁବକ ମାନଙ୍କୁ ନେଇ ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଙ୍ଘ ଗଠନ ହୋଇଛି । ଅଞ୍ଚଳର ଆଦିବାସୀ, ଦଳିତ , ଗରିବ ଖଟିଖିଆ ମାନଙ୍କ ହକ ଅଧିକାର ପାଇଁ ଏହି ସଙ୍ଘ କାମ କରିବ । ସଂଗଠନ ସଭାପତି ଭାବେ ଯୁଗଳ କିଶୋର ଶବରଙ୍କୁ ସର୍ବ ସମ୍ମତି ଭାବେ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ମିନିକେତନ ଭୋଇ, କୋଷାଧ୍ୟକ୍ଷ ଲକ୍ଷ୍ମଣ ଶବରଙ୍କୁ ଚୟନ କରାଯାଇଛି । କାର୍ଯ୍ୟକାରୀ ସଦସ୍ୟରେ କେତନ ଭୋଇ, ବିସିକେଶନ ମାଝୀ, କମଳ କିଶୋର ଶବର, ଭୋଜରାଜ ଧରୁଆ , ଚନ୍ଦ୍ରମଣି ଶବର ପ୍ରମୁଖ ରହିଛନ୍ତି । ଆଦିବାସୀଙ୍କ ସଂସ୍କୃତି ପରମ୍ପରାକୁ ଏହି ସଙ୍ଘ ବଜାୟ ରଖିବା ସହ ଆଦିବାସୀ , ଦଳିତ ଲୋକଙ୍କୁ ନ୍ୟାୟ ପାଇଁ ଲଢେଇ କରିବ ବୋଲି ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଙ୍ଘ ସଭାପତି ଶ୍ରୀ ଶବର ସୂଚନା ଦେଇଛନ୍ତି ।