-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
29-Oct-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ବାଣ ଫୁଟିଲେ, କରୋନା ବଢ଼ିବ । ଦୀପାବଳି ପୂର୍ବରୁ ଏମିତି ଚିନ୍ତା ବଢାଇଲା ଭଳି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଡିଏମଇଟି ନିର୍ଦେଶକ ଡ଼ ସି ବି କେ ମହାନ୍ତି କହିଛନ୍ତି, କରୋନା ରହିବା ଚିନ୍ତାଜନକ, ବଢ଼ିବା ଚିନ୍ତାଜନକ । ସେଥିରେ ସନ୍ଦେହ ନାହିଁ । କେନ୍ଦ୍ର ସରକାର ଯେତେବେଳେ ନିର୍ଦେଶନାମା ଜାରି କରିଛନ୍ତି, ଆମେ ସତର୍କ ରହିବା ଉଚିତ । ଆଗକୁ ଦୀପାବଳି ଅଛି, ଏହା ପାର୍ବଣର ସମୟ । ଏଣୁ କରୋନା ସଂକ୍ରମଣର ଆଶଙ୍କା ଅଛି । ଆମ ସଂସ୍କୃତିରେ ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି । ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ହୁଏ । ବାୟୁ ପ୍ରଦୂଷଣ ହେଲେ ଗୁଡ଼ାଏ ଟାକ୍ସିକ ପଦାର୍ଥ ବାୟୁମଣ୍ଡଳକୁ ଯାଏ, ଯାହାକି କ୍ଷତିକାରକ । ବର୍ତ୍ତମାନ ସୁଦ୍ଧା ଷ୍ଟଡି କହୁଛି, ବାଣ ଫୁଟାଇଲେ ନାଇଟ୍ରିକ ଡାଇଅକ୍ସାଇଡ ବାହାରିଥାଏ, ଯାହାକି କରୋନା ଭୂତାଣୁ ଅଭିବୃଦ୍ଧିରେ ସାହାଯ୍ୟ କରେ, ସଂକ୍ରମଣ ବି ବଢାଇଥାଏ । ଏସବୁ ଦୃଷ୍ଟିରୁ ଯାହା ବି ସାମାନ୍ୟ ପ୍ରଭାବର ଆଶଙ୍କା ରହିଛି, ସେଥିପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି ।