-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ମାସ ୨ ତାରିଖ ରେ ସେବା ଶପଥ ଯୋଜନା ଆରମ୍ଭ କରିଥିଲେ l ଆଜି ପାଳିତ ସୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟିକା ରୀତା ସାହୁ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ
ତାକୁ ଦୃଷ୍ଟି ରେ ରଖି ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ରୀତା ସାହୁଙ୍କ ତତ୍ବାବଧାନରେରେ ବିଜେପୁର ମହାବିଦ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ର ବିଜେପୁର ଠାରେ ନିଜ ସହକର୍ମୀଙ୍କ ସହ ନିଜେ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ଭାଗନେଇ ଅଇଳାଆବର୍ଜନା ସଫା କରିଥିଲେ lଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ ଜିଲ୍ଲା ବିଜେଡ଼ି ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ, ବରଗଡ଼ ବ୍ଳକ ମହିଳା ମୋର୍ଚ୍ଚା ବିଜେଡି ସଭାନେତ୍ରୀ ମୀନୁ ଶର୍ମା,ବିଜୁ ଯୁବ ଜନତା ଦଳ ବରଗଡ ଜିଲ୍ଲା ମହିଳା ଡିଜିଟାଲ ସେକ୍ରେଟାରୀ ତଥା ସମାଜସେବୀ ରସ୍ମିତା ମେହେର,
ଦେବାନନ୍ଦ ଗଡତିଆ, ଶକୁନ୍ତଳା ମହାପାତ୍ର, ରାଗିଣୀ ମହାରଣା, ବିଜେପୁର ବ୍ଳକ ର ପୂର୍ବତନ ବ୍ଳକ ସଭାପତି ମୋତିଲାଲ ସାହୁ, ରାଜକୁମାରୀ ମହାପାତ୍ର ପ୍ରମୁଖ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଭାଗ ନେଇ ନିଜେ ନିଜକୁ ଧନ୍ୟ ମନେ କରିଥିଲେ ବୋଲି ବରପାଲି ବ୍ଳକ ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆଙ୍କ ଠାରୁ ପ୍ରକାଶ