-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ଢେଙ୍କାନାଳ(ତାପସ ଦାସ): ଆଜି ଢେଙ୍କାନାଳ ଜିଲ୍ଲାର ଓଡ଼ପଡା ବ୍ଲକ ଅନ୍ତର୍ଗତ ରସାସିଙ୍ଗ ଗ୍ରାମର କିଛି ସ୍ଵୟଂ ସହାୟକ ଗୋଷ୍ଠୀର ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ସଭାଗୃହ ନିର୍ମାଣରେ ଠିକାଦାରର ମନମାନିକୁ ନେଇ ଅସନ୍ତୋଷ ଦେଖାଦେବା ସହ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ସେମାନଙ୍କର ଅଭିଯୋଗ ଅନୁସାରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ତରଫରୁ ଏକ ମିଶନ ସ୍ଵୟଂ ସହାୟକ ଗୋଷ୍ଠୀ ସଭାଗୃହ ଉକ୍ତ ଗ୍ରାମରେ ତିଆରି ପାଇଁ ଆସିଅଛି । ଏହାକୁ ତିଆରି ପାଇଁ ଠିକାଦାର ସେମାନଙ୍କର ପରାମର୍ଶ ବିନା ଏପରି ଏକ ସ୍ଥାନରେ ଏହାକୁ ତିଆରି କରୁଛନ୍ତି, ଯାହାକି ଯାତାୟାତ ସୁବିଧା ନାହିଁ l ପରିଶେଷରେ ଏହା ଏକ ପରିତ୍ୟକ୍ତ ସ୍ଥାନରେ ପରିଣତ ହେବ । ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଏହାକୁ ବିରୋଧ କରି ଏହି ସମ୍ବନ୍ଧୀୟ ଏକ ଅଭଯୋଗ ସ୍ଥାନୀୟ ପ୍ରଶାସନକୁ ଦେଇଥିଲେ ମଧ୍ୟ ଠିକାଦାର ପୋଷଣ ନୀତିକୁ ଆପଣାଇ ସ୍ଥାନୀୟ ପ୍ରଶାସନ ଚୁପ ହୋଇ ବସିଯାଇଛନ୍ତି । ତେଣୁ ଆଜି ଉକ୍ତ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇଛନ୍ତି l ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ସମ୍ପୃକ୍ତ ଦୋଷୀ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।