-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2021
ବଲାଙ୍ଗିର,(ପ୍ରେରଣା ଖବର) – ଆଗଲପୁର ବ୍ଲକ ଅନ୍ତର୍ଗତ ବଡଟିକା ଗ୍ରାମର ଗାୟତ୍ରୀ କ୍ଲବ ଏବଂ ମହାତ୍ମା ଗାନ୍ଧୀ ସମନ୍ବିତ ବିକାଶ ପ୍ରତିଷ୍ଠାନ ତରଫରୁ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବଡଟିକା ଗ୍ରାମର ଜ୍ୟୋତି ପ୍ରକାଶ ଭୋଇଙ୍କୁ ଗାୟତ୍ରୀ କ୍ଲବ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଯୁବ ପୁରଷ୍କାର ପ୍ରାପ୍ତ ଗାୟତ୍ରୀ କ୍ଲବର ପୂର୍ବତନ ସମ୍ପାଦକ ତଥା ମିଡ୍ରର ନିର୍ଦ୍ଦେଶକ ଅନିରୁଦ୍ଧ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଶିକ୍ଷକ ତଥା ସୁବର୍ଣ୍ଣପୁର
ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥିଭାବେ ରାଜ୍ୟ ପୁରଷ୍କାର ପ୍ରାପ୍ତ ସମାଜସେବୀ ରାମ ନାରାୟଣ ଦାଶ, ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନ୍ସେଲର ଦୂର୍ଯ୍ୟୋଧନ ପଶାୟତ ଓ ଅବସର ପ୍ରାପ୍ତ ଶିକ୍ଷକ ରସାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ। ଜ୍ୟୋତି ପ୍ରକାଶ ଭୋଇଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜ୍ୟୋତି ପ୍ରକାଶ ଭୋଇ ପ୍ରଶସାସନିକ ସେବା କାର୍ଯ୍ୟରେ ଅବହେଳା ନ କରି ମାନବ ସେବାରେ ସଦାସର୍ବଦା ନିଜକୁ ନିୟୋଜିତ ରଖୁବି ବୋଲି ନିଜ ମନ୍ତବ୍ୟରେ କହିଥିଲେ । ଜିଲ୍ଲା ଯୁବ ପୁରଷ୍କାର ପ୍ରାପ୍ତ ସେଚ୍ଛାସେବୀ ତଥା ସାଧନକର୍ମୀ
ଋଷଭ ପଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ, ସେଚ୍ଛାସେବୀ ଅଶୋକ କୁମାର ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସେଚ୍ଛାସେବୀ ମେଘ ବିଶ୍ବାଳ, ରାଜୁ ପଧାନ, ସୁବ୍ରତ ଭୋଇ, ମଳୟ କୁମାର ପ୍ରଧାନ, ଛାୟାକାନ୍ତ ବିଶି, ରଘୁନାଥ ପଧାନ, ଶୁଶିଲ ଦଳପତି, ଗୋବର୍ଦ୍ଧନ ପଧାନ, ଟେଙ୍ଗଳୁ ବେହେରା, ଶୁଶିଲ ବିଶ୍ବାଳ, ରାହୁଳ ପଧାନ, ପରମାନନ୍ଦ ନାଏକ ତଥା ବଡଟିକା ଗ୍ରାମର ବିଶିଷ୍ଟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।