-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
କେନ୍ଦୁଝର (ପ୍ରେରଣା ଖବର) : କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ଙ୍କ ଗାଡି ଉପରକୁ ଗତ ୧୦ ତାରିଖ ରେ ଏକ ସାଧାରଣ ସଭା ସାରି ଫେରୁଥିବା ବେଳେ ଟାଉନ ଥାନା ଅଞ୍ଚଳର ମଣ୍ଡୁଆ ଠାରେ ଦୁଇ ବାଇକ ଅରୋହି ଗାଡି ଉପରକୁ ଦୁଇ ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ପରେ ମୋହନ ଏ ନେଇ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ପରେ ଏ ନେଇ ବିଜେପି କର୍ମୀ ସହର ର ଜାତୀୟ ରାଜପଥ ର ଗାନ୍ଧୀ ଛକ ଠାରେ ୬ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଏହି ଘଟଣା ର ୫ ଜଣକୁ ଗିରଫ କରିଥିଲା ପୋଲିସ । ବ୍ୟକ୍ତିଗତ ଶତ୍ରୁତା ସହ ଆର୍ଥିକ କାରବାର ରେ ଆକ୍ରମଣ ହୋଇଥିବା ପୋଲିସ ର ସୂଚନା ଦେଇଥିଲା। ସେମାନେ ହେଲେ ପ୍ରତାପ ରାଉତ ମୂଖ୍ୟ ଅଭିଯୁକ୍ତ। ବିଦ୍ୟାଧର ପରିଡା ମୋନମୋହନ ଦାସ (ମୁନା) ଶରତ ଚନ୍ଦ୍ର ଜେନା ଶିକୁଲ ଶେଖ ଏମାନଙ୍କ ଠାରୁ ୪ ଟି ମୋବାଇଲ ଗୋଟିଏ ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରି ପୋଲିସ ୫ ଜଣକୁ କୋର୍ଟ ଚାଲାଣ କରିଥଲା। ଶେଷରେ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡାକୁ ପୋଲିସ ଗିରଫ କରିଛି। ତେବେ ବୋମାମାଡ଼ ଘଟଣା ରେ ବାଇକରେ ଥିବା ବେଳେ ପୋଲିସ ରଘୁନାଥଙ୍କୁ ପଣ୍ଡାପଡା ଅଂଚଳରୁ ଗିରଫ କରିଛି।