-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
14-Oct-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ସାମ୍ପ୍ରତିକ ସମାଜରେ ଆଜିର ଯୁବ ପିଢୀ ମାନବିକତା ହରାଇ ବସୁଥିବା ବେଳେ କୋଟି ଲୋକଙ୍କ ମଧ୍ୟରେ କିନ୍ତୁ ଖୁବ କ୍ଵଚିତ କିଛି ମଣିଷ ଙ୍କୁ ସମାଜରେ ଦେଖିବାକୁ ମିଳିଥାଏ l ଠିକ ସେଇ ଭଳି ଏବେ ବି କିଛି ମଣିଷଙ୍କ ଭିତରେ ମଣିଷ ପଣିଆର ଉଦାହରଣ ଦେଖିବାକୁ ମିଳିଛି ଆଜି ସୁବର୍ଣ୍ଣପୁର ସି ଡି ଏମ ଓ ଅଫିସ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ସ୍ୱଚ୍ଛ ଭାରତର ଶୁଭେଛୁ ସୋମନାଥ ନେଗୀଙ୍କ ଠାରେ l ଜ଼ିଲ୍ଲାପାଳ ରେସ ଅଫିସ ଛକ ରାସ୍ତା ରେ ଗୋଟାଏ ଅପୋ କମ୍ପାନୀର ୨୭ ହଜାର ଟଙ୍କା ର ଦାମୀକା ମୋବାଇଲ ସେଟ ଟିଏ ପାଇଥିଲେ l ଆଉ ମୋବାଇଲ ଟି ମନମୁଣ୍ଡା ସହରର ଯୁବକ ପୀତବାସ ମେହେରଙ୍କ ବୋଲି ପ୍ରମାଣ ହେବା ପରେ ସୋମନାଥ ଚା ଖଟି ରେ ସ୍ୱଚ୍ଛ ଭାରତ କର୍ମକର୍ତାଙ୍କ ଆଗରେ ପାଇ ଥିବା ସେଇ ମୋବାଇଲ ଟି ପୀତବାସଙ୍କୁ ହସ୍ତାନ୍ତର କରି ଜଣେ ଭଲମଣିଷ ର ପରିଚୟ ଦେଇଥିଲେ lସୋମନାଥଙ୍କ ଏହି ମହତ କାର୍ଯ୍ୟକୁ ସହରର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଥିବା ବେଳେ ସୋମନାଥଙ୍କ ଏ ମହାନତା, ଭଲ କାମ ଆଗାମୀ ଯୁବ ପିଢୀଙ୍କୁ ପ୍ରେରଣl ଦେବl ସହିତ ଭଲ ସମାଜ ଓ ପରିବେଶ ଟିଏ ଗଢିବାରେ ଉତ୍ସାହ ଦେବ ନିଶ୍ଚିତ l