-+91-9937148622 |
prerana_bgr@rediffmail.com |
Thursday 22nd October 2026 |
R.N.I. Regd No. ODIODI/2010/46693
Breaking News
14-Oct-2021
ବଲାଙ୍ଗୀର, (ପ୍ରେରଣା ଖବର) - ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡାରେ ମାଁ ଦୁର୍ଗାଙ୍କ ସନ୍ଧିପୂଜା ଓ ନବମୀ ପୂଜା ବୁଧବାର ରାତ୍ର ଘ.୭ ରୁ ଆରମ୍ଭ ହୋଇଯାଇଛି । ମାଁଙ୍କର ସନ୍ଧିପଜାରେ କୋଭିଡ୍ ନିୟମ ମାନି ସମସ୍ତେ ଉପସ୍ଥିତ ଥିଲେ । ଗତ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ମୁଖ୍ୟପୂଜକ ରଘୁପତି ପୁରୋହିତଙ୍କ ତତ୍ତ୍ୱାବଧାନରେ ବିଲ୍ୱଧିବରଣ ଓ କଳାସାଧିବାସ କରାଯାଇ ମାଁଙ୍କର ଉପାସନା ଆରମ୍ଭ ହୋଇ
ମଙ୍ଗଳବାର ରାତ୍ର ରେ ଅଷ୍ଟମୀ ପୂଜା ତଥା ଭାଇ ଜୁଇନ୍ତିଆ ପୂଜା ପୀଠରେ ହୋଇଥିଲା । ବିଜୟ ସାହୁ ଓ ତାଙ୍କ ସହଧର୍ମିଣୀ କର୍ତ୍ତା କାର୍ଯ୍ୟ ତୁଳାଉଛନ୍ତି । କମିଟିର ସଭାପତି ପ୍ରକାଶ ନେପାକ, ଉପ-ସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁଙ୍କ ସମେତ ଦୁର୍ଗାପୂଜା ପରିଚାଳନା କମିଟିର ସଦସ୍ୟ ରିୟାଜ ଖାନ, ଟୁନା ହୋତା, ରାଜେନ୍ଦ୍ର ପାଣି, ମହମ୍ମଦ ଅକ୍ବର, ଅଜିତ ପଣ୍ଡା ପ୍ରମୁଖ ପୂଜା ପରିଚାଳନା ଶାନ୍ତି ଶୃଙ୍ଖଳା ସହିତ ଆକର୍ଷଣୀୟ କରିବାକୁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ପୂଜାକାର୍ଯ୍ୟ ନିମନ୍ତେ ରାଜେନ୍ଦ୍ର ମିଶ୍ର, ସଂଗ୍ରାମ ବହିଦାର, ଚିତ୍ତ ରଂଜନ ସାହୁ, ନଳିନୀ ସାହୁ, ବାବୁ ଶ୍ରୀଚନ୍ଦନ, ସୁରୁ ସାହୁ, ଦାଶରଥି ସାହୁ, ଟୁନୁ ସାହୁ ସହାୟତା କରୁଛନ୍ତି । ବରିଷ୍ଠ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ଭଗବାନ ବଗର୍ତି, କୋଭିଡ୍ ନିୟମାନୁସାରେ ପୂଜା ପରିଚାଳନା ପାଇଁ ବିଶେଷ ଯତ୍ନବାନ ଅଛନ୍ତି ।