-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
13-Sep-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):ସହରର ଢେରାପଡା ଠାରେ ନୂତନ ବୁଢିମା ମନ୍ଦିର ନିର୍ମାଣ ପାଇଁ ଆଜି ଭୁମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିପାଇଁ ଆଜି ସକାଳୁ ପଣ୍ଡିତ କୈଳାସ ଚନ୍ଦ୍ର ରଥ ଙ୍କ ଦ୍ୱାରା ପୂଜନୋତ୍ସବକାର୍ଯ୍ୟ ରେ କର୍ତ୍ତାଭାବରେ ବି.ଶିବରାଓ କାର୍ଯ୍ୟ ତୁଳାଇଥିଲେ।ଏହି ମନ୍ଦିର ଟି ସଂପୂର୍ଣ୍ଣ ଭାବରେ ଦକ୍ଷିଣ
ଭାରତୀୟ ଢାଞ୍ଚାରେ ନିର୍ମିତ ହେବାସହ ଏଥିପାଇଁ ମୋଟ ୫୦ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ନୂତନ ବୁଢିମା ମନ୍ଦିର ନିର୍ମାଣ କମିଟି ର ସଭାପତି କେ.ସହଦେଵ ପାତ୍ର ପ୍ରକାଶ କରିଛନ୍ତି।ମନ୍ଦିର ସଂପୂର୍ଣ୍ଣ ହେବାପାଇଁ ସଂପୂର୍ଣ୍ଣ ୧ବର୍ଷ ଲାଗିପାରେ ବୋଲି ନୟାଗଡ଼ ସ୍ଥିତ ମନ୍ଦିର ନିର୍ମାଣ ର ମୁଖ୍ୟ କାରୀଗର ପ୍ରଦୀପ ପାତ୍ର ଙ୍କ ସୁତ୍ରରୁ ଜଣାପଡିଛି। ମନ୍ଦିର ର ଡିଜାଇନ ବିଶିଷ୍ଟ ସ୍ଥାପତ୍ୟ ଇଂ. ପ୍ରମୋଦ କୁମାର ଆଚାର୍ଯ୍ୟ କରିଥିବା ବେଳେ ମନ୍ଦିର ଟି ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।