-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
13-Sep-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସ୍ପୋର୍ଟସ କ୍ଲବ ସଭାଗୃହ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୁଆଁ କରି ଶୁଭାରମ୍ଭ କରିଥିବା ୟୁଟୁବ ଚେନାଲ ଅନବାଉନଦେଡ ଉଇନଙ୍ଗସର ଲଗୋ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି l ସାମାଜିକ କର୍ମୀ ସୃଜନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସୈନିକ କ୍ଷିତିଶ ଚନ୍ଦ୍ର ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ଓଡ଼ିଶା ନାଟକ ଏକାଡେମୀ ସଦସ୍ୟ ଶାଶ୍ଵତ କୁମାର ତ୍ରିପାଠୀ,ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ,ଫଟୋଗ୍ରାଫି ଦେବାଶିଷ ସୁବୁଦ୍ଧି,ଯୁବ ସଂଗଠକ ଗୋୖରବ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ l ଚେନାଲର ପ୍ରତିଷ୍ଠାତା ସୂଜିତ କୁମାର ଶର୍ମା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ସୂଚନା ଦେଇ ଅଞ୍ଚଳର ଯୁବ ପ୍ରତିଭା ମାନଙ୍କୁ ବିଶେଷ ଭାବରେ ସୁଯୋଗ ଦିଆଯିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାଂହା ନାୟକ,ନବଜୀବନ ପଣ୍ଡା,ସ୍ଵସ୍ତିକ ସୁଚନ୍ଦନ ହୋତା,ଆଶୁତୋଷ ଦାନି, ବିମଳ ନାଏକ,ଦିବ୍ୟ ରଞ୍ଜନ ନାଏକ ପ୍ରମୁଖଙ୍କ ସମେତ ଅଞ୍ଚଳର ବହୁ ପ୍ରତିଭାବାନ ଯୁବ କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l