-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
27-Aug-2021
ପାଟଣାଗଡ(ପ୍ରେରଣା ଖବର): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ମୁହାଁ ହେଉଛନ୍ତି l କିଛି ଦିନ ତଳେ ପାଟଣାଗଡ଼ ବ୍ଲକ ଫଟlମୁଣ୍ଡା ପଞ୍ଚାୟତର ୬୮ ବିଜେପି କର୍ମୀ ବିଜେଡି ରେ ଯୋଗଦାନ କରିଥିଲେ l ଓଡ଼ିଶାର ପ୍ରିୟ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଗତକାଲି ମଧ୍ୟ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜେଡି କାର୍ଯ୍ୟାଳୟରେ କେରବେଡା ପଞ୍ଚାୟତର୮୧ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରି ପାଟଣାଗଡ ଅଞ୍ଚଳରେ ବିଜେଡିର ଶକ୍ତି ବୃଦ୍ଧି କରିଥିଲେ l ଗତକାଲି ବିଜେଡି ସକ୍ରିୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜନ ହୋଇଥିଲା ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା