-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Aug-2021
କଳାହାଣ୍ଡି,କୋକସରା( ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ଆମପାଣି ଠାରେ ଥିବା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ତାଳୁକ ଆଇନସେବା ସମିତି କୋକସରା ଆନୁକୂଲ୍ୟରେ ଅପ୍ରାପ୍ତ ବୟସ୍କ ଝିଅ ମାନଙ୍କ ମଧ୍ୟରେ ଗର୍ଭବସ୍ଥା ରୋକିବାକୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ lଅନେକ ଜାଗାରେ ବୟସ ନ ହେଉଣୁ ଗର୍ଭବସ୍ଥା କୁ ଚାଲିଯାଆନ୍ତି ଯାହା ଫଳରେ ଝିଅ ର ଦେହ ଦୁର୍ବଳ ହୋଇଯାଏ ଓ ଯେଉ ଛୁଆ ଜନ୍ମ କରିଥାଏ ତାହା ବିକଳାଙ୍ଗ ମଧ୍ୟ ହୋଇଥାଏ ଏବଂ ଅନେକ ଜାଗାରେ ଛୁଆ ଓ ମା ମୃତୁ ଖବର ମଧ୍ୟ ଶୁଣିବାକୁ ମିଳିଥାଏ l ତେଣୁ ଏହାକୁ ରୋକିବାପାଇଁ ଆଜି ଆମପାଣି ଆବାସିକ ଉଚ୍ଚ ବିଦ୍ୟାଳୟରେ ତାଳୁକ ଆଇନ ସେବା ସମିତି ତରଫରୁ ସଚେତନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l
ଅଭିନନ୍ଦନ ନନ୍ଦ, ମାନ୍ୟବର ଜି ଏମ୍ ଅଫ୍ ସି ତଥା ଅଧକ୍ଷ ତାଳୁକ ଆଇନ ସେବା ସମିତି କୋକସରା ସହ କୋକସରା ଓକିଲ ସଙ୍ଘ ସଭାପତି ପଞ୍ଚାନାନ ବେଶ୍ରା, ସମ୍ପାଦକ ଲକିଧର ମେହେର, ବରିଷ୍ଠ ଆଇନଜୀବୀ ଲଷ୍ମୀଧର ଖମାରୀ, ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରହ୍ମନନ୍ଦ ଷଡ଼ଙ୍ଗୀ ଓ କୋର୍ଟ କର୍ମଚାରୀ ଉପସ୍ଥିତ ରହି ସଚେତନ କରାଇଥିଲେ l