-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
12-Aug-2021
ଗଞ୍ଜାମ (ଉମା ମହାରଣା) କୋଦଳା ସହରବାସୀ ତଥା କ୍ରୀଡ଼ାବିତଙ୍କ ଲାଗି ଖୁସି ଓ ଆନନ୍ଦର ସମୟ । ମୁଖ୍ୟମନ୍ତ୍ରୀ କୋଦଳା ସହରବାସୀଙ୍କୁ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ଲାଗି ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ରାଜ୍ୟ ସରକାର ଓଡିଶାରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ୮୯ ଟି ଇନଡୋର ଷ୍ଟାଡିୟମ ପାଇଁ ଅନୁମତି ମିଳିଛି। ଏହା ମଧ୍ୟରେ କୋଦଳା ଏନଏସିରେ ମଧ୍ୟ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ।
କୋଦଳା କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ୟାକେଜ ଘୋଷଣା ପରେ କୋଦଳା ଏନଏସି ଅନ୍ତର୍ଗତ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ କୃତଜ୍ଞତା ଓ ଶୁଭେଚ୍ଛା ଉତ୍ସବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ କୋଦଳା ସହରବାସୀଙ୍କ ଲାଗି ଇନଡୋର ଷ୍ଟାଡିୟମ ଘୋଷଣା କରିଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ କବିସୂର୍ଯ୍ୟନଗର
ବିଧାୟିକା ଲତିକା ପ୍ରଧାନ ।ଏହି ଅବସରରେ
କୋଦଳା ବାର୍ ଆସୋସିଏସନ ସଭାପତି ବାଳକୃଷ୍ଣ ପଣ୍ଡା, ସରକାରୀ ଓକିଲ ତାରିଣୀ ପଟ୍ଟନାୟକ, ନଗର ମହିଳା ସଭାନେତ୍ରୀ ସୁଜାତା ରାଣୀ ପ୍ରଧାନ, ନଗର ସଭାପତି ସଞ୍ଜୀବ କୁମାର ସାହୁଙ୍କ ସମେତ ଅଞ୍ଚଳର କ୍ରୀଡ଼ାବିତ୍, କ୍ରୀଡାପ୍ରେମୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଇନଡୋର ଷ୍ଟାଡିୟମ ପାଇଁ ବହୁ ଦିନ ଧରି ଦାବି ଉଠି ଆସୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କ୍ରୀଡ଼ାବିତଙ୍କ ମନରେ ଖୁସି ଦେଖାଦେଇଛି।