-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
11-Aug-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ସଦର ଏଚ. କେ ମହତାବ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଷଷ୍ଠ ଶ୍ରେଣୀ ଆଡ଼ମିସନ ହେତୁ ଜବାହାରଲାଲ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ହୋଇଯାଇଛି l ଲୋଇସିଂହା ବ୍ଲକର ବିଭିନ୍ନ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଆଜି ସକାଳ ୧୧ ଟାରୁ ୧.୩୦ ପର୍ଯ୍ୟନ୍ତ ସମୟ ମଧ୍ୟରେ ପରୀକ୍ଷା ଦେଇଛନ୍ତି ! ଶାନ୍ତି ଓ ଶୃଙ୍ଖଳା ସହ ପରୀକ୍ଷା ସରିଯାଇଛି l ଏଚ. କେ ମହତାବ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଉଦ୍ଧବ ଚନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ୧୩୨ ଜଣ ଛାତ୍ରଛାତ୍ରୀଙ୍କ ଅନୁମତିକ୍ରମେ ୧୧୩ ଜଣ ଉପସ୍ଥିତ ଥିବାବେଳେ ୧୯ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ l ସେହିପରି ବାଳିକା ଉipଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସଦାନନ୍ଦ ଭୋଇଙ୍କ ଉପସ୍ଥିତିରେ ୧୨୦ ଜଣ ଛାତ୍ରଛାତ୍ରୀଙ୍କ ଅନୁମତି କ୍ରମେ ୯୯ ଜଣ ଉପସ୍ଥିତ ଥିବାବେଳେ ୨୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ l