-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଟିଟିଲାଗଡ଼ ଠାରେ କାର୍ଯ୍ୟରତ ଏକ ଡାକ୍ତର ଜଣକ ଚରିତ୍ର ପ୍ରମାଣପତ୍ର ଦେବା ପାଇଁ ଦୁଇଜଣ ମେଧାବୀ ଛାତ୍ରଙ୍କ ଠାରୁ ଲାଞ୍ଚ ମାଗି ଥିବାର ଅଭିଯୋଗ ହୋଇଛି । ଡାକ୍ତର କୁଆଡେ କହିଛନ୍ତି ଯେ ମୁଁ ଘରେ ଥିଲେ କିମ୍ବା ଡାକ୍ତରଖାନାରେ ଥିଲେ ମଧ୍ଯ ନିହାତୀ ଟଙ୍କା ନେଇଥାଏ। ପଇସା ଯଦି ନ ଦେବ ତୁମର କାଗଜ ପତ୍ର ନେଇଯାଅ ,ବୋଲି ଦୁର୍ବ୍ୟବହାର କରି କାଗଜ ମୁହଁ କୁ ଫୋପାଡ଼ି ଦେଇଥିବା ଅଭିଯୋଗ କାରୀ ଅଭିଯୋଗ ଅଣିଛନ୍ତ। ଏହା ଏକ ଲଜ୍ଜା ର ବିଷୟ ଓ ଏଥିପାଇଁ ଅନେକ ମେଧାବୀ ଛାତ୍ର ଛତ୍ରୀ ଙ୍କ ମୌଳିକ ଅଧିକାର ରୁ ବଂଚିତ କରାଯାଉଛି ବୋଲି ବଲାଙ୍ଗୀର ସ୍ବେଛାସେବୀ ସଂଗଠନ ପକ୍ଷ ରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ନିକଟ କୁ ବଲାଂଗୀର ସ୍ବେଛାସେବୀ ସଂଗଠନ ର୍ ସଦସ୍ୟ ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ପାର୍ଥ କର୍ଣ, ଅଜୟ ନାଗ, ଦେବରାଜ ନାଗ , ସନ୍ତୋଷ କର୍ମୀ, ପ୍ରଭାତ ମହାନନ୍ଦ, କୁବେର ବସ୍ତିଆ, ଲିକନ ସେଠ, ଶିବ ପ୍ରସାଦ ନାଗ ଏହା ର ଉଚିତ ତଦନ୍ତ କରି ଉକ୍ତ ଡାକ୍ତର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ଦାବି ପତ୍ର ଦେଇଛନ୍ତି ।