-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
ବଲାଙ୍ଗୀର/ଖପ୍ରାଖୋଲ,(ପ୍ରେରଣା ଖାବର): ଜିଲ୍ଲା ପୋଲିସ ପ୍ରଶାସନ ବେଆଇନ ନିଶା କଫ ସିରଫ କାରବାର ଉପରେ ରୋକ ଲଗାଇବା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ବ୍ୟବସାୟ ଉପରେ ରୋକ ଲଗାଇବା ରେ ସଫଳ ହୋଇପାରି ଥିବା ବେଳେ ସୋମବାର ଦିନ ଜଣେ ଯୁବକ ନିକଟରୁ ପୁନଃ କଫସିରଫ ଜବତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପ୍ରକାଶ ପାଇଛି ।
ପ୍ରାପ୍ତ ସୂଚନା ଅନୁଯାଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏବଂ ତାଙ୍କ ଟିମ ପେଟ୍ରୋଲିଙ୍ଗ ସମୟରେ ସାନ ଉଡେନ ଗ୍ରାମ ପାଖ ପଡିଆରେ ୩୬ ଖଣ୍ଡ କଫ ସିରଫ ବୋତଲ ସହ
ରୋଶନ ସାହୁ (୨୩) ନାମକ ଜଣେ ଯୁବକ କୁ ଗିରଫ କରି ଖପ୍ରାଖୋଲ ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି ବୋଲି ସୂଚନା ପ୍ରଦାନ କରାଯାଇଛି । ରୋଶନ ସାହୁର ଘର ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ ଲୁହାସିଂହା ବୋଲି ଜଣା ଯାଇଛି । ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ପ୍ରଭାରୀ ସୂଚନା ଦେଇଛନ୍ତି ।