-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||     

HOME   ରାଜ୍ୟ

ସମନ୍ବିତ ଶିଶୁ ବିକାଶ ଯୋଜନାର ଅର୍ଥ ହେରଫେର ଘଟଣାର ମାଷ୍ଟର ମାଇଣ୍ଡ କୁଜଙ୍ଗ ସିଡିପିଓଙ୍କ ଗେହ୍ଲାପୁଅ

08-Aug-2021



 । ଜଗତସିଂହପୁର/କୁଜଙ୍ଗ(ନୃସିଂହ ବାରିକ) : ଜଗତସିଂପୁହର ଜିଲ୍ଲାର କୁଜଙ୍ଗ ବ୍ଲକ ସିଡିପିଓ ଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତି ର ଗନ୍ତାଘର ପାଲଟିଛି । ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ,ବିଭିନ୍ନ ପ୍ରକାର ଶିଶୁ ଖାଦ୍ୟ,ପ୍ରି ସ୍କୁଲ କିଟ୍,ପୋଷାକ,ବୁଟ୍ ମୋଜା ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ମାନସ ନାମରେ କେହି ଜଣେ ଯୁବକ ଅସାଧୁ ଉପାୟରେ ପଦସ୍ଥ ଅଧିକାରୀ ଓ କିରାଣୀ ଙ୍କୁ କରାୟତ କରି ସମସ୍ତ କାର୍ଯ୍ୟ କରୁଥିବାର ଜଣାପଡିଛି । କମିଟି ନାମକୁ ମାତ୍ର ସିଡିପିଓଙ୍କ ନିର୍ଦ୍ଦେଶରେ ସବୁକିଛି କାର୍ଯ୍ୟ ଚାମଚା ମାନସ କୁ ହିଁ କରିବାକୁ ଦିଆଯାଇଥାଏ । ଏହି ଯୁବକ ର ମା ଓ ସ୍ତ୍ରୀ ସଭାପତି ଓ ସଂପାଦକ ଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରାୟ ୧୭୫ ଟି ଅଙ୍ଗନବାଡି କେନ୍ଦ୍ରକୁ  ଛତୁଆ ବଣ୍ଟନର ଦାୟିତ୍ୱ ଦିଆଯାଇଛି । ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ନିମ୍ନମାନର ଛତୁଆ ପ୍ରସ୍ତୁତ କରି ଏମାନେ ଯୋଗାଇଥାନ୍ତି। ଯେଉଁଥିରେ ସରକାରଙ୍କ ନିର୍ଦ୍ଧାରିତ ପରିମାଣର ଗହମ,ବୁଟ ଓ ଚିନି ନଥାଏ। ଛତୁଆ ପ୍ୟାକେଟ ରୁ ଅପମିଶ୍ରିତ ପୋକ ସାଲୁବାଲୁ ଛତୁଆ ଗୁଣ୍ଡ ବାହାରୁଥିବା ଦେଖିବାକୁ ମିଳିଛି । ଯାହାକି ଶିଶୁଙ୍କ ପାଇଁ ଆଦୌ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ନିଜ ନାମକୁ ଗୋପନ ରଖିବା  ସର୍ତ୍ତରେ ଅଙ୍ଗନବାଡି କର୍ମୀ କହୁଛନ୍ତି । ୨୦୧୧ ମସିହାରୁ ଏହି ଯୁବକ ତାଙ୍କ ମା'ଙ୍କ ଏସଏଚଜି ଜରିଆରେ ନିକୃଷ୍ଟ  ଛତୁଆ ଯୋଗାଇ ଆସୁଛନ୍ତି । ଏଥିସହ ସ୍ବଳ୍ପ ମୂଲ୍ୟର ପ୍ରିସ୍କୁଲ କିଟ୍,ପୋଷାକ ଓ ବୁଟ ମୋଜା ମଧ୍ୟ ୩୩୫ ଟି ଅଙ୍ଗନବାଡି କେନ୍ଦ୍ରକୁ ପରୋକ୍ଷରେ ଯୋଗାଇ ଆସୁଥିବା କର୍ମୀ ଓ ସହାୟିକାଙ୍କ ଠାରୁ ପ୍ରକାଶ । ବୁଟ୍ ପିଲାଙ୍କର ଗୋଟିଏ ଗୋଡକୁ ବଡ ତ ଆଉ ଗୋଟିଏ ଗୋଡକୁ ଛୋଟ ହେଉଛି । ସେହିପରି ପୋଷାକ ଓ ମୋଜା ମଧ୍ୟ ଅସମାନ ରହୁଛି । ଶିଶୁଙ୍କ ବିକାଶ ପାଇଁ ସରକାରଙ୍କ ପ୍ରୟୋଜିତ ଏହି ସବୁ କାର୍ଯ୍ୟକ୍ରମରେ ସ୍ବଚ୍ଛତା କୁଜଙ୍ଗ  ସିଡିପିଓ ରଖୁନାହାନ୍ତି । ନିଜ ସ୍ବାର୍ଥ ସାଧନ ପାଇଁ ତଥାକଥିତ ସେହି ଯୁବକକୁ ଆପଣାର ଗେହ୍ଲାପୁଅ ସମ ସେ ଏଠାରେ ପ୍ରଶୟ ଦେଇଛନ୍ତି । ଅତି ଚତୁରତାର ସହ ନେପଥ୍ୟ ନାୟକ ହିସାବରେ ଏହି ଯୁବକ ସମନ୍ବିତ ଶିଶୁ ବିକାଶ ଯୋଜନା ର ସମସ୍ତ କାର୍ଯ୍ୟ କୁଜଙ୍ଗ ବ୍ଲକରେ ମନିଟରିଂ କରୁଛନ୍ତି । ଧରାପଡିଯିବା ଭୟରେ ଏକ ଖବର କାଗଜରୁ ପ୍ରେସ କାର୍ଡ ହାତେଇବା ସହ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ସଂଗଠନର ସଭ୍ୟ ଓ ସଭାପତି ମଧ୍ୟ ହୋଇଛନ୍ତି । ରାଜନେତାଠାରୁ ପୁଲିସ ପ୍ରଶାସନ ସମସ୍ତେ ତାଙ୍କ ହାତ ମୁଠାରେ ଥିବା ଏହି ଯୁବକ ସବୁଠି ସର୍ବଦା କହିଆସିଥାଏ।  ଦୁଇବର୍ଷ ତଳେ କୁଜଙ୍ଗ ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ରେ ଠିକା ନିଯୁକ୍ତି ପାଇ ପାଇଖାନା ନିର୍ମାଣରେ ବଡ ଘୋଟଲା କରି ସେ ଚର୍ଚ୍ଚା କୁ ଆସିଥିଲା । ବିଡିଓ କେ କେ ସ୍ବାଇଁଙ୍କ ସମୟରେ ପାଖାପାଖି ଏକ କୋଟି ଟଙ୍କାର ଠିକା କାମ ସେ ବ୍ଲକରୁ ପାଇଥିଲେ ।  ଏବେ ପୁଣି ପରୋକ୍ଷରେ ବ୍ଲକର ଠିକାଦାରୀ କାର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଇଛି । ମୋ ସ୍କୁଲ ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ଆକାଙକ୍ଷିତ ହାଇସ୍କୁଲ ଯୋଜନାରେ  ଭୁତମୁଣ୍ଡାଇ ହାଇସ୍କୁଲର ନୂତନ ଗୃହ ପ୍ରାୟ ସତୁରୀ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେ କରୁଛନ୍ତି । ନିମ୍ନମାନର ଗୃହ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ।ଏସବୁ ସତ୍ତ୍ବେ କ'ଣ ପାଇଁ ବ୍ଲକ ପ୍ରଶାସନ ଏହି ଯୁବକଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ସଂପାଦନ କରିବାକୁ ଦେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭିନ୍ନ ସମୟରେ ଅନୁସଂଧାନ ପାଇଁ ଆସୁଥିବା ପ୍ରଶାସନିକ ଅଧିକାରୀ ଓ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀଙ୍କୁ ଅସାଧୁ ଉପାୟରେ ସନ୍ତୁଷ୍ଟ କରାଇ  ଛତୁଆ ପ୍ରସ୍ତୁତି ଓ ବଣ୍ଟନ ଅଭିଯୋଗ ର ଯାଞ୍ଚ ପ୍ରକ୍ରିୟାକୁ ଏହି ଯୁବକ ସପୂର୍ଣ୍ଣ ବାଟବଣା କରିଥାନ୍ତି । କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ସାଧାରଣରେ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026

You Might Also Like