-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Aug-2021
ଗଞ୍ଜାମ (ଉମା ମହାରଣା) : ମାମଲା ଥାନାରେ ପହଞ୍ଚିଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ଲଗାଇଛି ବହୁ ଜଘନ୍ୟ ଦଫା । କିନ୍ତୁ ଅଭିଯୁକ୍ତ ବର୍ତମାନ ସୁଦ୍ଧା ଖୂଲାମଖୁଲା ବୁଲୁଛି ।
ଗତ ୩ ତାରିଖ ଠାରୁ ଅଭିଯୋଗ ହୋଇଥିଲେ ମଧ୍ୟ ଆଜିସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।ଅଭିଯୁକ୍ତକୁ ଗିରଫ କରିନି ପୁରୁଷୋତ୍ତମପୁର ପୋଲିସ।
ଏହି କଥା କହିଛନ୍ତି ଆକ୍ରମଣରେ ଆହତ ଗାଇହୋଇଥିବା ମହିଳା ।
ସୂଚନା ଅନୁସାରେ ଗଂଜାମ ଜିଲ୍ଲା ପୁରୋଷୋତମପୁର ଥାନା ଅନ୍ତର୍ଗତ ରଣଝାଲୀ ଗ୍ରାମ ନିବାସୀ ମମତା ସେଠୀଙ୍କ ଅଭିଯୋଗ ପ୍ରକାରେ ସେମାନେ ମୁମ୍ବାଇ ରେ ରହନ୍ତି। ତାଙ୍କ ସ୍ଵାମୀ ସନ୍ତୋଷ ସେଠୀ ଭାରତୀୟ ନୌସେନା ରେ କାର୍ଯ୍ୟ କରୁଛନ୍ତି। ଏମାନେ ହେଲେ ପାଞ୍ଚ ଭାଇ ।ବାପା ଓ ମାଙ୍କ ମୃତ୍ୟୁ ପରେ ହିନ୍ଦୁ ଧର୍ମ ଅନୁଯାଇ ପାଞ୍ଚ ଭାଇ ଗ୍ରାମରେ ଥିବା ଭଦ୍ର ଲୋକଙ୍କ ଉପସ୍ଥିତରେ ସମ୍ପତି ବଣ୍ଟନ କରାଯାଇଥିଲା।କିନ୍ତୁ
ଜଣକୁ ଛାଡି ଦେଲେ ଅନ୍ୟ ଭାଇ ମାନେ ବାହାରେ ରହି କାର୍ଯ୍ୟ କରୁଛନ୍ତି। ଏହାର ସୁଯୋଗ ନେଇ ଗ୍ରାମରେ ଥିବା ଭାଇ ସିମାଞ୍ଚଳ ସମସ୍ତଙ୍କ ଚାଷ ଜମି ଓ ଘର ଗୁଡିକ ଜାଲିଆତି କରି ନିଜ ନାମରେ ପଟ୍ଟା କରିଦେଇଛନ୍ତି। ତେଣୁ ଏହି କଥାରୁ ଆରମ୍ଭ ହୋଇଛି ଏହି ଗଣ୍ଡୋଗୋଳ। ଗଣ୍ଡଗୋଳ ବେଳେ ସିମାଞ୍ଚଳ ଓ ତାଙ୍କ ସ୍ତ୍ରୀଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି। ଅମାନବିକତା ଭାବେ ନିଜ ଭାଇ ଓ ତାଙ୍କ ସ୍ତ୍ରୀ କୁଂ ଆକ୍ରମଣ କରୁଛନ୍ତି ସିମାଞ୍ଚଳ। ଯାହାର ଭିଡିଓ ମଧ୍ୟ କଏଦ୍ ହୋଇଛି ।
ତେଣୁ ପୁଲିସ ଓ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ କିଛି ସମାଧାନ ନିମନ୍ତେ ଗୁହାରି କରିଛନ୍ତି ସନ୍ତୋଷଙ୍କ ସ୍ତ୍ରୀ ମମତା। କହିଛନ୍ତି
ମୋ ସ୍ଵାମୀ ଦେଶ ପାଇଁ ଲଢୁଥିବା ବେଳେ ତାଙ୍କ ସୁରକ୍ଷା ଦେବାକୁ ପୁଲିସ ମଧ୍ୟ ଏଠାରେ ଆଗଭର ହେଉନାହି। ଦୀର୍ଘ ୪ ଦିନ ହେଲା ଆମେ ଆତଙ୍କରେ ଘରେ ରହୁଛୁ ତେଣୁ ଏହି କଥାକୁ ପୁଲିସ ଓ ପ୍ରଶାସନ ଗୁରୁତ୍ବର ସହ ବିଚାରକୁ ନେଇ ଉଚିତ ନ୍ୟାୟ ନିମନ୍ତେ ଗଣମାଧ୍ୟମ ଆଗରେ ନିବେଦନ କରିଛନ୍ତି ମମତା।