-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
07-Aug-2021
କୋଦଳା(ଉମା ମହାରଣା) : ଗଞ୍ଜାମ ବଡ଼ଗଡ଼ ଥାନା ଗୋପାଳପୁର ଗ୍ରାମରେ ଅଭାବନୀୟ ଘଟଣା।ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା।ମୃତକ ଜଣକ ହେଲେ କାଶୀନାଥ ଗୌଡ଼।ସୂଚନା ମୁତାବକ କାଶୀନାଥ ରାତିରେ ଗରମ ହେବାରୁ ଦାଣ୍ଡ ପିଣ୍ଡାରେ ଶୋଇଥିଲେ।ହେଲେ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଆସି ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଛନ୍ତି ।ସକାଳୁ ଖବରପାଇ ଘଟଣା ସ୍ଥଳରେ ବଡଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସାଇଣ୍ଟିଫିକ ଟିମ ଆସି ନମୁନା ସଂଗ୍ରହ କରି ଯିବାପରେ ଶବକୁ ବ୍ୟବଛେଦ ପାଇଁ ଆସ୍କା ପଠାଯିବ। ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଜମି ବିବାଦକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି କାଶୀନାଥଙ୍କ ସ୍ତ୍ରୀ।