-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
29-Jul-2021
ବୀରମହାରାଜପୁର,ମୂର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଆଞ୍ଚଳିକ ଉଚ୍ଚ ବିଦ୍ଯାପୀଠ, କେନଝିରିଆପାଲି ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ କାଜଲ ବାଙ୍କ ରାଜ୍ଯସ୍ତରୀୟ ଭର୍ଚ୍ଚୁଆଲ ବିଜ୍ଞାନ ଆଲୋଚନାଚକ୍ର ପାଇଁ ମନୋନୀତ ହୋଇଛନ୍ତି।ବିଜ୍ଞାନ ଶିକ୍ଷକ ଗୌରୀଶଙ୍କର ପୂଜାହାରୀଙ୍କ ତତ୍ତ୍ୱାବଧାନରେ 'ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପାଦେୟତା' ବିଷୟକୁ ନେଇ ପ୍ରଥମେ ଜିଲ୍ଲାସ୍ତରରେ ଏବଂ ପରେ ରାଜ୍ୟସ୍ତରୀୟ ଭର୍ଚ୍ଚୁଆଲ ବିଜ୍ଞାନ ଆଲୋଚନାଚକ୍ର ପାଇଁ ମନୋନୀତ ହୋଇଥିବା ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଆଜି ଜଣେଇଛନ୍ତି। ଶିକ୍ଷକ ଓ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରି ଖେଳିଯାଇଛି lସମସ୍ତେ ଛାତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ତାର ଉଜ୍ୱଳ ଭବିଷ୍ଯତ କାମନା କରିଛନ୍ତି l