-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
17-Jul-2021
ବଲାଙ୍ଗିର,(ପ୍ରେରଣା ଖବର) କବିସୂର୍ଯ୍ୟ ମିଶ୍ରଙ୍କ ୭୯ ବର୍ଷ ବୟସରେ ମାଲପଡା ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ୧୯୪୩ରେ ଗଇଁନ୍ତଲା ଠାରେ ଜନ୍ମଗ୍ରହଣ କରିଥିଲେ । ଫରେଷ୍ଟ ରେଞ୍ଜର ରୁ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିବା ପରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ସେ ମାଲପଡା ନାଗରିକ କମିଟିର ବରିଷ୍ଠ ସଦସ୍ୟ ଥିଲେ । ତାଙ୍କର ଶେଷ ସମୟରେ ଦୁଇ ଝିଅ ମିନି ଓ ଆନନ୍ଦିନୀ, ଜ୍ୱାଇଁ ସୁବାଷ ପଣ୍ଡା ଓ ନାତି ନାତୁଣି ଉପସ୍ଥିତ ଥିଲେ । ତାଙ୍କର ପୁତ୍ର ପୂର୍ଣ୍ଣଚନ୍ଦ୍ର ମିଶ୍ର ମୁଖ୍ୟାଗ୍ନି ଦେଇଥିଲେ । ତାଙ୍କର ପରଲୋକରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।