-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||     

HOME   ଜିଲ୍ଲା

ଆୟୁର୍ବେଦ ମହାବିଦ୍ୟାଳୟ ପରିଦର୍ଶନ କଲେ ନରସିଂହ, ବିଧାୟକ ପାଣ୍ଠିରୁ ଡିଜିଟାଲ ଷ୍ଟଡି ବୋର୍ଡ କରିବେ ପ୍ରଦାନ ଇ-ଲାଇବ୍ରେରୀ ପାଇଁ ଉଦ୍ୟମ କରାଯିବ - ନରସିଂହ

17-Jul-2021



ବଲାଙ୍ଗିର,(ପ୍ରେରଣା ଖବର)-  ଆଜି ଅପରାହ୍ନ ୪ଟା ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଶାରଦେଶ୍ୱରୀ ଆୟୁର୍ବେଦ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପରିଦର୍ଶନରେ ଯାଇଥିଲେ । ରାଜ୍ୟର ସର୍ବପୁରାତନ ଆୟୁର୍ବେଦ ମହାବିଦ୍ୟାଳୟ ବର୍ତ୍ତମାନ ଅନେକ ପ୍ରକାର ସମସ୍ୟା ଦେଇ ଗତି କରୁଛି । ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାଶ, ଆୟୁର୍ବେଦ ଷ୍ଟୁଡେଣ୍ଟ ୟୁନିୟନ ସଂପାଦକ ଡା. ରୋଶନ ଦାଶ ଆୟୁର୍ବେଦ କଲେଜର ବିଭିନ୍ନ ସମସ୍ୟାକୁ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଉପସ୍ଥାପନ କରିଥିଲେ । ବିଶେଷ କରି ନରସିଂ ଷ୍ଟାଫ୍ ଅଭାବ ଯୋଗୁଁ ଆଗାମୀ ଦିନରେ କଲେଜରେ ଶିକ୍ଷା ତଥା ଚିକିତ୍ସା ଅସମ୍ଭବ ହୋଇ ପଡିବ ବୋଲି କଲେଜ ଅଧ୍ୟକ୍ଷ ବିଧାୟକଙ୍କୁ କହିଥିଲେ । ଏପରି କି ଆଗାମୀ ବର୍ଷ ନାମଲେଖା ମଧ୍ୟ ବାଧାପ୍ରାପ୍ତ ହୋଇପାରେ ବୋଲି ଛାତ୍ର ନେତା ରୋଶନ ଦାଶ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । କଲେଜରେ ଛାତ୍ର ସଂଖ୍ୟା ବଢିଥିବାରୁ ପୁରାତନ କ୍ଲାସ ରୁମରେ ବର୍ତ୍ତମାନ ଶିକ୍ଷାଦାନ ସମ୍ଭବ ହୋଇପାରୁନାହିଁ । ତେଣୁ କ୍ଲାସ ରୁମ ନିହାତି ଜରୁରୀ ବୋଲି ଉପସ୍ଥିତ ଡାକ୍ତର ଏବଂ ଛାତ୍ର ନେତାମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । ଏହି ମର୍ମରେ ଛାତ୍ର ସଂସଦ ତରଫରୁ ଏକ ୧୧ ଦଫା ଦାବିପତ୍ର ବିଧାୟକ ଶ୍ରୀ ମିଶ୍ରଙ୍କୁ ଦିଆଯାଇଥିଲା ।  ଯେଉଁଥିରେ କି ଛାତ୍ର ଛାତ୍ରୀଙ୍କ ପାଇଁ ଖେଳ ପଡିଆ, ପିଇବା ପାଣି ପାଇଁ ଓଭରହେଡ୍ ଟେଙ୍କ, ୬ ଗୋଟି ଡିଜିଟାଲ ଷ୍ଟଡି ବୋର୍ଡ, ଏକ ଅଡିଟରିୟମ, ସୋଲାର ସିଷ୍ଟମ, ଏକ ନୂତନ ଗେଟ, ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ, ବାଉଣ୍ଡରୀ ୱାଲ, ଚତୁର୍ଥ ଶ୍ରେଣୀ କର୍ମଚାରୀର ଅଭାବ ଏବଂ ଏକ ଇ-ଲାଇବ୍ରେରୀ କଲେଜ ପାଇଁ ନିହାତି ଜରୁରୀ ବୋଲି ବିଧାୟକ ଶ୍ରୀ ମିଶ୍ରଙ୍କୁ ଏକ ଦାବିପତ୍ର  ପ୍ରଦାନ କରିଥିଲେ । ଏଥିରୁ ପିଇବା ପାଣି ସମସ୍ୟା ଶିଘ୍ର ସମାଧାନ କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ଶ୍ରୀ ମିଶ୍ର ଯୋଗାଯୋଗ କରି ଏକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଛାତ୍ର ଛାତ୍ରୀଙ୍କ କ୍ଲାସ ରୁମରେ ପାଠ ପଢା ପାଇଁ ନିହାତି ଆବଶ୍ୟକ ଥିବା ୬ଟି ଡିଜିଟାଲ ଷ୍ଟଡି ବୋର୍ଡ ନିଜ ବିଧାୟକ ପାଣ୍ଠିରୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଡାକ୍ତରୀ ଛାତ୍ର ଛାତ୍ରୀମାନେ ଦାବି କରିଥିବା ଇ-ଲାଇବ୍ରେରୀ ର ରୂପ ରେଖ କଣ ହେବ ସେ ଉପରେ ସେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଏହା ସହ କଲେଜ ଆଲୋକୀକରଣ ମଧ୍ୟ ନିଜ ପାଣ୍ଠିରୁ କରିବା ପାଇଁ ଶ୍ରୀ ମିଶ୍ର ଛାତ୍ର

ଛାତ୍ରୀମାନଙ୍କୁ ପ୍ରତିଶୃତି ଦେଇଥିଲେ । ଛାତ୍ରମାନେ ଦାବି କରିଥିଲା ସୋଲାର ଲାଇଟ ସିଣ୍ଟମ, ଷ୍ଟାଫ କ୍ୱାଟର, ଓଭରହେଡ୍ ଟେଙ୍କ, ନୂତନ କ୍ଲାସ ରୁମ ଏ ସବୁ ପାଇଁ ସରକାରଙ୍କ ପାଖକୁ ବିଧିବଦ୍ଧ ପ୍ରସ୍ତାବ ପଠାଯିବ ଏବଂ ଆଗାମୀ ଦିନରେ କଲେଜର ଯାହା କିଛି ସମସ୍ୟା ଅଛି ତାର ଏକ ସବିଶେଷ ବିବରଣୀ ତାଙ୍କୁ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି ବୈଠକରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଅଧ୍ୟକ୍ଷ ଅରୁଣ କୁମାର ଦାଶ, ଡ. ସିମାଦ୍ରୀ ଭୂଷଣ ନାୟକ, ନବକୃଷ୍ଣ ମାଝି, ଛାତ୍ର ସଂଘ ସଭାପତି ଅଯଶ୍ୱିନୀ ରେଡ୍ଡି, ଛାତ୍ର ସଂଘ ସାଧାରଣ ସଂପାଦକ ଡ. ରୋଶନ ଦାଶ, ଉପ-ସଭାପତି ସନ୍ତୋଷ କୁମାର ଧଳ ଏବଂ ବିଧାୟକଙ୍କ ପ୍ରତିନିଧି ଡ. ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   09-Oct-2026
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026

You Might Also Like