-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Jun-2021
ବୀରମହାରାଜପୁର,(ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ଗ୍ରାମର ତ୍ରିଲୋଚନ ପଧାନ ଓରଫ ମଲିଆ ବିଧବା ସ୍ତ୍ରୀ ଙ୍କୁ ବୀରମହାରାଜପୁର ଯୁବ ମହାସଂଘର ର ସଭାପତି ତଥା ସମାଜସେବୀ ଆନନ୍ଦ ବିଶ୍ବାଲ ଭେଟି ସମବେଦନା ଜଣାଇବା ସହ ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତାଙ୍କ ସହ ବହଳପଦର ସମିତି ସଭ୍ଯ ପିତାମ୍ବର ସାହୁ ଉପସ୍ଥିତ ଥିଲେ । ସୂଚନା ଯୋଗ୍ଯ ଯେ, ଗତ ୧୪ ତାରିଖରେ ଦିନ ତ୍ରିଲୋଚନ ବ୍ରଜପାତରେ ମୃତ୍ୟୁ ଘଟିଥିଲା । ତାଙ୍କର ପରିବାର କହିଲେ ସ୍ତ୍ରୀ, ଏକ ବର୍ଷର ଝିଅ ଓ ୪୫ ବର୍ଷର ଜଣେ ଅବିବାହିତ ଭଉଣୀ ଅଛନ୍ତି । ପ୍ରଶାସନ ତୁରନ୍ତ ଏହି ଗରିବ ପରିବାରକୁ ସହାୟତା ଯୋଗାଇ ଦେବାଦେବାକୁ ଦାବି ହେଉଛି ।