-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Jun-2021
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମ ନିକଟରେ ଥିବା ଦୁଇଟି ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି । ଏହାର ଚତୁପାର୍ଶ୍ୱରେ ତାରବାଡ ତଥା ସୁରକ୍ଷା ବଲୟ ନଥିବାରୁ ଏଠାରେ ମଣିଷ ତଥା ଗୋରୁ ଗାଈ ଙ୍କ ଜୀବନ ଅସୁରକ୍ଷିତ ମନେକରାଯାଉଛି । ଟ୍ରାନ୍ସଫର୍ମର ବସିଥିବା ରାସ୍ତା ଦେଇ ପ୍ରତିଦିନ ଯାନବାହାନ ଯାତାୟତ କରୁଥିବା ସହ ଏହାକୁ ଲାଗି ଦୋକାନ ଗୃହ ସହ ଏକ ପରିବାର ବସବାସ କରୁଛନ୍ତି । ଏହି ସ୍ଥାନକୁ ଗାଁ ଅନେକ ଗୃହ ପାଲିତ ପଶୁ ଗାଈ, ଛେଳି, ମେଣ୍ଢା ଚଢିବାକୁ ଆସିଥାନ୍ତି । ବିଦ୍ୟୁତ ଟ୍ରାନ୍ସଫର୍ମର କିଛି ସ୍ଥାନରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ୍ ତାର ସବୁ ଓହଲି ରହିଥିବା ଦେଖିବାକୁ ମିଳେ । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅନେକ ସ୍ଥାନରେ ମଣିଷ ତଥା ଗୋରୁ ଗାଈଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ ହୋଇଥିବା ନଜର ରହିଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ତାଙ୍କର ମୋବାଇଲ ସୁଇଚଅପ୍ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ । ମଣିଷ ଓ ପଶୁ ପକ୍ଷୀ ଜୀବନ ସୁରକ୍ଷା ପାଇଁ ବିଭାଗର ଉଚ୍ଚ ପଦାଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସୁଧାର ଆଣିବାକୁ ଜନସାଧାରଣରେ ଦାବି ହେଉଛି ।