-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||     

HOME   ଜିଲ୍ଲା

୮୦ ଡିସମିଲ୍ ଜଗାରେ ୧୪ ଟି କିସମର ଧାନଚାଷ କରି ଚର୍ଚ୍ଚାରେ ମାଁ ଲଙ୍କେଶ୍ବରୀ ଏସ୍.ଏଚ୍.ଜି ଗୋଷ୍ଠୀ

04-Jun-2021



କଳାହାଣ୍ଡି, (ତ୍ରିନାଥ ବେଶ୍ରାଙ୍କ ସହ ସଞ୍ଜୀବ ଦାସ): ସମୟ 
 ବଦଳିବା ସାଙ୍ଗକୁ ବଦଳିଛି ପରିସ୍ଥିତି l ଆଉ ତା ସହ ତାଳ ଦେଇ ବଦଳି ଚାଳିଛି କଳାହାଣ୍ଡିର ପରିଚୟ l ଓଡିଶାର ମାନଚିତ୍ରରେ ଆଉ ଭୋକର ଭୂଗୋଳ ନୁହେଁ ବରଂ ଭାତହାଣ୍ଡି ଭାବେ ପରିଚିତ ଲାଭ କରିଛି କଳାହାଣ୍ଡି l ଇନ୍ଦ୍ରାବତୀର ଉତ୍ପତି ପରେ କଳାହାଣ୍ଡି ଭୋକର ଭୂଗୋଳରୁ  ବାହାରି ଜିଲ୍ଲା ରାଜ୍ଯ ତଥା ଦେଶକୁ ଆହାର ଯୋଗାଉଛି l ଆଉ ଏଇ ପ୍ରୟାସରେ ସାମିଲ୍ ହୋଇଛି ମାଁ ଲଙ୍କେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ l ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଘରର ଏରୁଣ୍ଡି ଡେଇଁ ନିଜ ପାଇଁ ନିଜ ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ l ଆଜିକାଲି ସମୟରେ ମହିଳା ମାନେ କିଭଳି ଯେ ଘରେ ରହି ରୋଷେଇ ଆଉ ପରିବାରର ଯତ୍ନ ନେବେ ତାହା ନୁହେଁ l ମହିଳା ମାନେ ମଧ୍ଯ ଚାଷ ଜମିକୁ ଯାଇ ଚାଷ କରି ନିଜକୁ ଆତ୍ମ ନିର୍ଭର ଶିଳ କରି ପାରିବେ l ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମାଁ ଲଙ୍କେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀର  ସଦସ୍ଯା ମାନେ l

ଏଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଘଣ୍ଟବାହାଲି ଗାଁରେ l ଏହି ଗାଁର ମହିଳା ମାନେ ପୁରୁଷ ମାନଙ୍କୁ ପଛରେ ପକାଇ ଆଗକୁ ବାହାରି ଛନ୍ତି l ମହିଳା  ମାନେ କୌଣସି ବ୍ଯାଙ୍କ କିମ୍ବା ଅନ୍ଯ କାହାଠାରୁ ରୁଣ ନ ଆଣି ନିଜେ ଜଣପିଛା ପ୍ରଥମେ ୫ ହଜାର ଟଙ୍କା ଲେଖାଏଁ ସଂଗ୍ରହ କରିଥିଲେ ଓ ପରେ ଏକ ୮୦ ଡିସମିଲ୍ ର ଜାଗାରେ ୧୪   କିସମର ଧାନ ଚାଷ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ତେବେ ୨୦୧୯ ମସିହାରେ ୧୦ ଜଣ ମହିଳା ମିଶି ମାଁ ଲଙ୍କେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଏକ ଦଳ ଗଠନ କରିଥିଲେ l ପ୍ରଥମେ ଛତୁ ଚାଷ ଆରମ୍ଭ କରି ବେଶ ଲାଭବାନ ହୋଇଥିବା ବେଳେ ପରେ ବିଭିନ୍ନ ଚାଷ କରି ଆତ୍ମ ନିର୍ଭର ହେଉଥିଲେ ଏହି ମହିଳା ମାନେ l ହେଲେ ଚଳିତ ବର୍ଷ ଏହି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପୁରୁଷ ମାନଙ୍କୁ ପଛରେ ପକାଇ ଆଗକୁ ଆସିବା ସହ ଧାନ ଚାଷ କରି ଜିଲ୍ଲାର ଅନ୍ଯ ମହିଳା ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ତେବେ 1985 ମସିହା ଅଭିବକ୍ତ କଳାହାଣ୍ଡି ଜିଲ୍ଲା ଅମ୍ଲାପାଲି ଗାଁର ଫାନସ ପୁଞ୍ଜି ନାମକ ଜଣେ ମହିଳା ନିଜ ୨ ପିଲାଙ୍କ ଦାରିଦ୍ରର ତାଡନା ସହି ନପାରି ସେମାନଙ୍କୁ ବଞ୍ଚାଇ ରଖିବା ଚିନ୍ତାରେ  ବୁଦ୍ଧି ହଜି ଯାଇଥିଲା l ଆଉ ଶେଷରେ ୧୨ ବର୍ଷର ନଣନ୍ଦକୁ ମାତ୍ର ୪୦ ଟଙ୍କାରେ ବିକ୍ରି କରି ଦେଇଥିଲେ ମହିଳା ଫାନସ ପୁଞ୍ଜି  l କଳାହାଣ୍ଡିର କରୁଣ କାହାଣୀ ଖବରଟି ସେ ସମୟରେ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ଯମରେ ପ୍ରକାଶ ପାଇ ଚହଳ ସୃଷ୍ଟି କରିଥିଲା l ଆଉ ଏହାର ଠିକ ୩୧ ବର୍ଷ ପରେ  ପୁଣି ଥରେ ବିଶ୍ବ ଚର୍ଚ୍ଚିତ ହୋଇଥିଲା ଦାନ ମାଝୀଙ୍କ ଶବ ବୁହା ଘଟଣା l ଦାନ ଙ୍କ ପତ୍ନୀ ଅମଙ୍ଗ ଦେଇ ଟି. ବି ରୋଗରେ ମତ୍ଯୁବରଣ କରିବା ପରେ ଆମ୍ବୁଲାନ୍ସ ନପାଇ ନିଜ ୧୨ ବର୍ଷର ଝିଅ ସହିତ  ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ୧୦ କିଲୋମିଟର୍ ବାଟ ଅତିକ୍ରମ କରିଥିଲେ ଦାନ ମାଝୀ l ଆଉ ଏଇ କରୁଣ କାହାଣୀ ଟି ଥିଲା ୨୦୧୬ ମସିହା ଅଗଷ୍ଟ ମାସର, ଯାହାକୁ ନେଇ ଜିଲ୍ଲା, ରାଜ୍ଯ ଏବଂ ଦେଶରେ ହଇଚଇ ସୃଷ୍ଟି କରିଥିଲା l ଆଉ ସମଗ୍ର ବିଶ୍ବରେ ଭୋକର ଭୂଗୋଳ ଭାବେ ପରିଚିତ ଥିଲା କଳାହାଣ୍ଡି l ହେଲେ ଆଜି କଳାହାଣ୍ଡିର ପରିଚୟ ବଦଳିବା ସାଙ୍ଗକୁ ବଦଳିଛି ଗତିପଥ l କଳାହାଣ୍ଡି ଜିଲ୍ଲାର କପାଚାଷ  ସମଗ୍ର ଏସିଆ ମହାଦେଶରେ ଭିତରେ ଉତ୍କୃଷ୍ଟ ମାନର ଅଟେ l ଏଠାରୁ ହିଁ ବିଡି ପ୍ରସ୍ତୁତି ପାଇଁ ମଧ୍ଯ ଅଧିକ କେନ୍ଦୁପତ୍ର ପଶ୍ଚିମ ବଙ୍ଗକୁ ଯାଇଥାଏ l  କେବଳ ସେତିକି ନୁହେଁ ଧାନ ଚାଷରେ ସମଗ୍ର ଓଡିଶାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି କଳାହାଣ୍ଡି l ଆଉ ଏବେ ମାଁ ଲଙ୍କେଶ୍ବରୀ ସ୍ବୟଂ ସହାୟକ  ଗୋଷ୍ଠୀ ସଦସ୍ଯାଙ୍କ ଏହି ଉଦ୍ଯମ ରାଜ୍ଯର ଅନ୍ଯ ମହିଳା ଜାତି ପାଇଁ ପ୍ରେରଣା ପାଲଟିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026

You Might Also Like