-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
ଉଲୁଣ୍ଡା, ୨୩ା୧୦- (ଗୌରଚନ୍ଦ୍ର ପରିଛ।)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ଜଣେ ଯୁବକଙ୍କ ପାଣିରେ ବୁଡି ମୃତ୍ୟୂ ଘଟିଛି । ମୃତକ ଜଣକ ହେଲେ ଲକ୍ଷ୍ମି ବାରିକଙ୍କ ପୁଅ ଅଶୋକ ବାରିକ(୩୦) ବୋଲି ଜଣାପଡିଛି । ସୂଚନା ଅନୁଷାରେ ଆଜି ସଂଧ୍ୟା ପ୍ରାୟ ୬ ଟା ସମୟରେ ଅଶୋକ ମରାଲୋଏ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗୋଡ ଖସି ଜିବାରୁ ପାଣିରେ ବୁଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଦାକ୍ତରଖାନକୁ ଅଣାଯାଇଥିଲା । ମାତ୍ର ଏଠାରେ ଦାକ୍ତର ମୃତ ଘୋଷାଣ କରିଥିଲେ । ଖବର ପାଇ ପୋଲିସ ଦାକ୍ତରଖାନରେ ପହଂଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୂ ମାମଲା ରୂଜୁ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଜିବ ବୋଲି ପୋଲିସ କହିଛି ।