-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
06-May-2021
କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ): ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଶୋଇ ରହିଥିବା ଫୁଲବାଣୀ ପୂର୍ତ୍ତ ବିଭାଗ ହଠାତ ଚେଇଁ ଉଠିଛି। ରାତିଅଧିଆ ଉପର ଠାଉରିଆ ଭାବେ ତାଳିପକା କାମ କରି କର୍ତ୍ତବ୍ୟ ସାରିଦେଇଛି । ବୁଧବାର ରାତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ଛକ ଡିଭାଇଡର କାର୍ଯ୍ୟ ଅଧାପନ୍ତରିଆ ତଥା ଉପର ଠାଉରିଆ ଭାବେ କେବଳ ପିଚୁମିଶ୍ରିତ ଗୁଡ଼ିଗୁଣ୍ଡ ପକାଇ ତା ଉପରେ ରୋଲର ବୁଲାଇ କାମ ସାରି ଦେଇଥିବା ସକାଳୁ ସକାଳୁ ଦେଖିବାକୁ ମିଳିଛି । ଫଳରେ ପୂର୍ତ୍ତ ବିଭାଗ ଭଳି ଏକ ଦାୟୀତ୍ଵ ସଂପନ୍ନ ବିଭାଗର ସହରର ମୁଖ୍ୟ ଛକରେଏଭଳି ଉପର ଠାଉରିଆ କାର୍ଯ୍ୟକୁ ବରିଷ୍ଠ ବୁଦ୍ଧିଜୀବୀ ନାରାୟଣ ସାହୁ ଏବଂ ସମାଜସେବୀ ଅଶୋକ ପରୀଡ଼ା ନପସନ୍ଦ କରିଛନ୍ତି l ପୂର୍ବରୁ ସେଠାରେ ସୁନ୍ଦର ଭାବେ ନିର୍ମିତ ଏକ ଡିଭାଇଡର ଥିଲା। ଆଉ ଲୋକେ ଟ୍ରାଫିକ ନିୟମ ମାନି ଯାତାୟାତ କରୁଥିଲେ। ଦୁର୍ଘଟଣା ମଧ୍ୟ ହେଉ ନ ଥିଲା। ତେବେ ଗତ ୨୦୧୯ରେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ବେଳେ ଗାଡି ମୋଟର ଯିବାପାଇଁ ଅସୁବିଧା ହେବା ଫଳରେ ଜିଲ୍ଲାପାଳଙ୍କ ଜାଣତରେ ଏହି ଡିଭାଇଡରକୁ ତରବରିଆ ଭାବେ ଭାଙ୍ଗି ଦେଇଥିଲେ, ହେଲେ ସେବେଠାରୁ ଆଉ ନିର୍ମାଣ ନ ହୋଇ ପଡି ରହିଥିଲା। ପୂର୍ବରୁ ଯେମିତି ଡିଭାଇଡର ଥିଲା ଏବେ ସେ ଭଳି ନିର୍ମାଣ କରିବାକୁ ଦାବୀ ହେଉଛି । ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଯୁବ ମ6ହାତ୍ସବ ସରିବାପରେ ନିର୍ମାଣ କରିବା କଥା। ତେବେ ପ୍ରଶାସନ ଏହାକୁ ବର୍ଷବର୍ଷ ଧରି ପକାଇ ରଖିଥିଲା। ଏବେ ବିଭିନ୍ନ ଗଣମାଧ୍ୟମରେ ଏ ନେଇ ପ୍ରକାଶ ପାଇବା ପରେ ଚେତା ପଶୁଛି ବିଭାଗର । ସହର ମଧ୍ୟରେ ଯଦି ଏଭଳି ଅବସ୍ଥା ହେଲେ ଗ୍ରାମାଞ୍ଚଳରେ କିଭଳି କାମ ହେଉଥିବ ତାହା ସହଜରେ ଅନୁମେୟ।
ସେ ଯାହାହେଉ ଗଣମାଧ୍ୟମରେ ପ୍ରକାଶ ପାଇବାପରେ କିଛିଟା ତ କାମ ହୋଇପାରିଲା, ଆଗକୁ ପୁରା କାମ କେବେ ହେଉଛି ତାହା ଦେଖିବାର କଥା ?
ବିଭାଗର କିଛି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ପାଇଁ ପୂର୍ତ୍ତ ବିଦ୍ଭାଗରେ ନିମ୍ନମାନର ତଥା ଉପର ଠାଉରିଆ ଭାବେ କାର୍ଯ୍ୟ ହେଉଥିବା ଶୁଣିବାକୁ ମିଳୁଛି । ଏଣୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପୁର୍ତ୍ତ ବିଭାଗ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରିଛନ୍ତି । ଫୁଲବାଣୀ ପୁର୍ତ୍ତ ବିଭାଗରେ ହେଉଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇ ବ୍ରହ୍ମପର ଭିଜିଲାନ୍ସ ଏସପି ଶାନ୍ତନୁ କୁମାର ପାଢିଙ୍କୁ ପଚାରିବାରୁ ସେ ପ୍ରମାଣ ସହ ଅଭିଯୋଗ ଆସିଲେ ତଦନ୍ତ କରି କIର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ।