-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
03-May-2021
ଗଞ୍ଜାମ, ରମ୍ଭା (ଉମା ମହାରଣା) :ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗ୍ରାମର ଜଣେ ଯୁବକଙ୍କୁ ଡାକି ନେଇ ମରଣାତ୍ମକ ଆକ୍ରମଣ କରିଥିବା ରମ୍ଭା ଥାନାରେ ଅଭିଯୋଗ ହୋଇଛି |ସୂଚନା ଅନୁଯାୟୀ ସାବୁଳିଆ ଗ୍ରାମ ଶାନ୍ତିନଗର ସାହି ର ଟୁନା ଦାସ ଙ୍କ ପୁଅ ଅଜିତ ଦାସ ଗତକାଲି ରାତିରେ ଘରେ ଏକୁଟିଆ ଥିବା ସମୟରେ ସେହି ସାହିର କିଛି ଯୁବକ ଅଜିତ ଦାସ ଙ୍କୁ ଡାକି ନେଇ ଘର ପାଖରେ ଥିବା ଏକ ଲାଟିନ ନିକଟରେ ଅଜିତ ଙ୍କ ବେକକୁ ଏକ ଧାରୁଆ ଅସ୍ତ୍ର ରେ ମରଣାତ୍ମକ ଆକ୍ରମଣ କରିଥିଲେ |ଅଜିତ ଚିତ୍କାର କରିବାରୁ ତାଙ୍କ ସ୍ତ୍ରୀ ଓ ବଡ଼ ଭାଉଜ ପାଖକୁ ଦୌଡ଼ି ଆସିଥିଲେ |ସେତେବେଳେ ଅଜିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ |ପରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା |ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା |ଏ ନେଇ ଅଜିତ ଙ୍କ ବାପା ରମ୍ଭା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି |ଅଭିଯୋଗ କୁ ଭିତ୍ତି କରି ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି |