-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
03-May-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଦୀର୍ଘ ସମୟ ଜ୍ୱର ସହ ଲଢେଇ ପରେ ଜୀବନଟି ହାରିଯାଇଛି l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ହୀରାପୁର ପଂଚାୟତରେ l ହୀରାପୁର ସରପଞ୍ଚ ରୀନା ବିଶିଙ୍କ ସ୍ବାମୀ ଗୋପୀନାଥ ବିଶି(୪୯)ଙ୍କ ଶନିବାର ସକାଳେ ମୃତ୍ୟୁ ଘଟିଛି। ବଲାଙ୍ଗୀର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି। ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ସ୍ବର୍ଗତ ବିଶିଙ୍କ ନିକଟତମ ବନ୍ଧୁ ରମାକାନ୍ତ ବିଶ୍ବାଳ ପ୍ରକାଶ କିରିଛନ୍ତି। ଗୋପୀନାଥ ଗତ କିଛିଦିନ ଧରି ଜ୍ୱରରେ ପୀଡିତ ଥିଲେ। ଲୋଇସିଂହାରେ ତାଙ୍କ କୋଭିଡ୍ ପରୀକ୍ଷା ପରେ ପଜିଟିଭ୍ ଥିଲେ। ସ୍ବାସ୍ଥ୍ୟାବସ୍ଥାରେ ତାଙ୍କ ଉନ୍ନତି ଘଟିଥିଲା। ମାତ୍ର ହଠାତ ଶୁକ୍ରବାର ରାତିରେ ଅସୁସ୍ଥତା ଅନୁଭବ କରିବାରୁ ବଲାଙ୍ଗୀର କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ବେଳେ ଶନିବାର ସକାଳେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ପରେ ପଞ୍ଚାୟତ ତଥା ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।