-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚକୁ ନେଇ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

25-Mar-2021



କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲାର ଗଣପର୍ବ ଦଣ୍ଡନାଚ ପାଳନ ନେଇ ଜିଲ୍ଲା ପ୍ରଶାସନ ଏସ୍‌ଓପି ଜାରି କରିଛି। କୋଭିଡ୍ ଗାଇଡଲାଇନ ପାଳନ ସହ କଡ଼ା କଟକଣା ମଧ୍ୟରେ ଦଣ୍ଡନାଚ ପାଳନ କରାଯିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରିଛି। ଦଣ୍ଡନାଚ ସମୟରେ ଅପେରା, ଯାତ୍ରା, ଡିଜେ, ଡାକବାଜି ଯନ୍ତ୍ର, ମେଳା, ନୃତ୍ୟ, ଗୀତ, ଭିଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଦଣ୍ଡନାଚରେ କେବଳ ପ୍ରଥା ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ। ଯେଉଁ ଗ୍ରାମରେ ମେରୁ ଓ କଳସ ଯାତ୍ରା ସମ୍ପନ୍ନ ହେବ, ସେଥିରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ବିଭିନ୍ନ ମନ୍ଦିର ଓ ଧାର୍ମିକସ୍ଥଳରେ କେବଳ ଠାକୁରଠାକୁରାଣୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ ଏବଂ କୌଣସି ପରିସ୍ଥିତିରେ ସେଠାରେ ୧୦ରୁ ଅଧିକ ଲୋକ ରୁଣ୍ଡ ହୋଇପାରିବେ ନାହିଁ। ଏହି ସମୟରେ ସମସ୍ତ ଭକ୍ତ ଓ ଦଣ୍ଡୁଆ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମୁହଁରେ ମାସ୍କ୍ ପିନ୍ଧିବେ ଓ ହାତକୁ ସାନିଟାଇଜ୍ କରିବେ। ସେହିପରି କୌଣସି ଆବଦ୍ଧ କ୍ଷେତ୍ର ମଧ୍ୟରେ ଦଣ୍ଡନାଚ କରାଯାଇପାରିବ ନାହିଁ। ଦଣ୍ଡନାଚ ସମୟରେ ସାଧାରଣ ଦର୍ଶକ ଜମା ହୋଇ ପାରିବେ ନାହିଁ। ଦଣ୍ଡନାଚ ଆୟୋଜକ ଏବଂ ଦଣ୍ଡୁଆମାନେ ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେବେ। ଦଣ୍ଡନାଚ ସମୟରେ ଭକ୍ତ ଏବଂ ଦଣ୍ଡୁଆମା‌ନେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ। କୋଭିଡ୍ କିମ୍ବା ଫ୍ଲୁ ଲକ୍ଷଣ ଥିବା ଦଣ୍ଡୁଆ ଏବଂ ଭକ୍ତମାନଙ୍କୁ ଦଣ୍ଡନାଚ ସ୍ଥଳକୁ ବାରଣ କରାଯିବ। ଆୟୋଜକମାନେ ଏଥିପ୍ରତି ଦୃଷ୍ଟି ଦେବା ବାଧ୍ୟତାମୂଳକ। ଦଣ୍ଡନାଚ ବେଳେ ଅନାବଶ୍ୟକ ଭିଡ଼କୁ ଯେତେଦୂର ସମ୍ଭବ ରୋକାଯିବା ଉପରେ ଆୟୋଜକ ମାନେ ଗୁରୁତ୍ବ ଦେବେ। ଦଣ୍ଡନାଚ ବେଳେ କୌଣସି ପ୍ରକାର ପଂକ୍ତି ଭୋଜନ ଏବଂ ସାମୂହିକ ଭୋଜିକୁ କଡ଼ାକଡ଼ି ଭାବେ ବାରଣ କରାଯିବ। ଦଣ୍ଡନାଚ ସମୟରେ କେହି ପାନ ଓ ଗୁଟ୍‌ଖା ଚୋବାଇ ଏଣେତେଣେ ଛେପ ପକାଇ ପାରିବେ ନାହିଁ। ଏଥିପ୍ରତି ଆୟୋଜକ ମାନେ ଦୃଷ୍ଟି ଦେବା ଜରୁରୀ। ଦଣ୍ଡନାଚ ସମୟରେ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ। କେବଳ ଖୋଲା ଜାଗାରେ ଉପଯୁକ୍ତ ସାମାଜିକ ଦ୍ବରତ୍ବ ରକ୍ଷା କରି ନୃତ୍ୟ ପ୍ରଦର୍ଶନ କରାଯାଇପାରିବ। କୋଭିଡ-୧୯ ସ୍ଥିତିକୁ ଆୟତ୍ତ କରିବାକୁ ହେଲେ ଦଣ୍ଡନାଚରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧ ବ୍ୟକ୍ତି, ୧୦ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଦଣ୍ଡନାଚସ୍ଥଳକୁ ବାରଣ କରାଯିବା ଉପରେ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି।
ଦଣ୍ଡନାଚ ପ୍ରଦର୍ଶନ କରାଯାଉଥିବା ବେଳେ ଅଯଥା ଭିଡ଼କୁ ରୋକିବା ପାଇଁ କୌଣସି ଖାଦ୍ୟ ଦୋକାନ ଏବଂ ଅନ୍ୟାନ୍ୟ ଉଠା ଦୋକାନକୁ ଅନୁମତି ଦିଆଯିବ ନାହିଁ। ଭଜନ, କୀର୍ତ୍ତନ ମାଧ୍ୟମରେ ଅଯଥା ଭିଡ଼ କରାଯାଇ ପାରିବ ନାହିଁ। ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ଏବଂ ଅଂଶୁଘାତକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ମଧ୍ୟରେ ଦଣ୍ଡନାଚ କରାଯାଇ ପାରିବ ନାହିଁ। ଦଣ୍ଡନାଚ ପାଇଁ ଆୟୋଜକମାନେ ନିଜନିଜ ବିଡ଼ିଓଙ୍କଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ। ଦଣ୍ଡନାଚ ସମୟରେ କୋଭିଡ ଗାଇଡ୍‌ଲାଇନ ସଠିକ ଭାବେ ପାଳନ ହେଉଛି କି ନାହିଁ ସେ ସମ୍ପର୍କରେ ସ୍ଥାନୀୟ ତହସିଲଦାର ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଉପ ଜିଲ୍ଲାପାଳମାନେ ଏକ ‘କୋଭିଡ ମ୍ୟାନେଜମେଣ୍ଟ କମିଟି’ ଗଠନ କରିବେ। ଦଣ୍ଡନାଚ ସମୟରେ ଯଦି କୌଣସି କୋଭିଡ ଗାଇଡଲାଇନ ଉଲ୍ଲଂଘନ ହୁଏ, ସେଥିପାଇଁ ଆୟୋଜକମାନେ ଦାୟୀ ରହିବେ। ଏଥିରେ ଯଦି କୌଣସି ଖିଲାପ ହୁଏ ତେବେ ପ୍ରାକୃତିକ ବିପର୍ଯ୍ୟୟ ଆଇନ-୨୦୦୫ ଏବଂ ମହାମାରୀ ଆଇନ-୧୮୯୭ ଅନୁସାରେ ଦଣ୍ଡ ବିଧାନ କରାଯିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like