-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2021
ବୌଦ୍ଧ (ଶ୍ରୀବନ୍ତ ମେହେର) ଶ୍ରୀ ମହାଦେବ ଓ ଦେବୀ କର୍ପୁରମଣୀଙ୍କ ନିକଟରେ ପାରମ୍ପରିକ ପୂଜାବିଧି ପରେ କେତେକ ଶୈବ ପୀଠ ମାନଙ୍କରୁ ଦଣ୍ଡ ଯାତ୍ରା ଦଳ ମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିବା ଜଣା ପଡିଛି l ପଣା ସଂକ୍ରାନ୍ତିର ୨୧, ୧୬ କିମ୍ବା ୧୩ ଦିନ ପୁର୍ବରୁ ପରମ୍ପରା ଅନୁସାରେ ଦଣ୍ଡ ଉଠା ଯିବାର ପରମ୍ପରା ଶୈବ ସଂସ୍କୃତିରେ ଚଳି ଆସିଛି | ଗତ ବର୍ଷ ଲକ ଡାଉନ ଯୋଗୁଁ ଦଣ୍ଡ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଗାଆଁକୁ ଗାଆଁ ବୁଲି ଦଣ୍ଡ ଯାତ୍ରା କରିବାକୁ ଜିଲ୍ଲାପାଳ ଗତ ୧୮ ତାରିଖରେ ବାରଣ କରିଛନ୍ତି | ଦଣ୍ଡ ଯାତ୍ରାର ଆୟୋଜକ ଓ ବିଭିନ୍ନ ଗଣ ଅନୁଷ୍ଠାନ ମାନେ ଆଦେଶର ପୁନଃବିଚାର ପାଇଁ ଜିଲ୍ଲାପାଳଙ୍କୁ ଗତ ୨୦ ତାରିଖରେ ଅନୁରୋଧ କରିଛନ୍ତି | ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଦଣ୍ଡ ଯାତ୍ରା ଆୟୋଜକ ମାନେ ଧାରଣା ମଧ୍ୟ ଦେଇଥିବା ଦେଖିବାକୁ ମିଳିଥିଲା l ଏ ଭିତରେ ୪ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଯୋଗୁଁ ୨୧ ଦିନିଆ ଦଣ୍ଡ କେତେକ ଶୈବ ପୀଠରେ ଉଠାଇ ସାରିଛନ୍ତି l ଆଜି ୨୩ତାରିଖ ହୋଇ ଥିବାରୁ ଓ ପଣା ସଂକ୍ରାନ୍ତିକୁ ଠିକ୍ ୨୧ ଦିନ ଥିବାରୁ ଆଜି ରାତିରେ ଅନେକ ଶୈବ ପୀଠରୁ ପାରମ୍ପରିକ ପୂଜାବିଧି ପରେ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଦଣ୍ଡ ଉଠାଇବାକୁ ପ୍ରସ୍ତୁତ ହେଉଥିବା ଜଣା ପଡିଛି l