-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
07-Mar-2021
ଚିତ୍ରକୋଣ୍ଡା(ପ୍ରେରଣା ଖବର) : ଘାଟିରେ ଓଲଟିଲା ଗାଡି । ମାଲକାନଗିରି ଖଇରପୁଟ ବ୍ଲକ ମୁଦୁଲିପଡା ଗାଁ ବଣ୍ଡା ଘାଟିରେ ଅଗ୍ନିଶମ ଗାଡି ଦୁର୍ଘଟଣାଗ୍ରସ୍ତ । ଅଗ୍ନିଶମ ବିଭାଗ ଗାଡି ଓଲଟି ୪ କର୍ମଚାରୀ ଆହତ ।
ମୁଡୁଲିପଡ଼ା ଠାରେ ହେଲିପେଡ କାର୍ଯ୍ୟ ସାରି ଫେରିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ୪ ଜଣ କର୍ମଚାରୀ ଆହତ ହୋଇଥିଲେ । ଏହି ଆହତ କର୍ମଚାରୀମାନଙ୍କୁ ପ୍ରଥମେ ଖାଇରପୁଟ ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଡିଜି ଅଭୟଙ୍କ ବଣ୍ଡା ଘାଟି ବିଏସଏଫ୍ କ୍ୟାମ୍ପ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।