-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ) ଅଜଣା ଟ୍ରକ୍ ଧକ୍କାରେ ୩ ମୃତ । ଜଣେ ଗୁରୁତର । ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତାହତ ସମସ୍ତେ ସମ୍ବଲପୁର ହୀରାକୁଦ ସନ୍ତୋଷୀ ଛକ ଅଂଚଳର ବୋଲି ଜଣାପଡିଛି । ଏମାନେ ସମସ୍ତେ ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ଯାଉଥିଲେ । ଦୁଇଟି ବାଇକ ଲାଗି ଲାଗି ଯାଉଥିବାରୁ ଭାରସାମ୍ୟ ହରାଇ ବାଇକ୍ ପଡିଯାଇଥିଲା । ଫଳରେ ତାଙ୍କ ଉପରେ ଏକ ଅଜଣା ଟ୍ରକ୍ ଚଢିଯାଇଥିଲା । ତେବେ ଆମ୍ବୁଲାନ୍ସ ଯୋଗେ ବୁର୍ଲାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।