-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
02-Mar-2021
କଣ୍ଟାବାଂଜି, (ପ୍ରେରଣା ଖବର)-ସହରର ସମସ୍ତ ବାସହୀନଙ୍କୁ ପ୍ରଧାନମନ୍ତ୍ରୀ ସହରାଂଚଳ ଆବାସ ଯୋଜନାରେ ସାମିଲ କରିବା, ସହରରେ ଦୀର୍ଘ ବର୍ଷରୁ ରହି ଆସୁଥିବା ବସ୍ତିବାସୀନ୍ଦାଙ୍କୁ ପଟ୍ଟା ପ୍ରଦାନ କରିବା ତଥା ସହରର କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ଦୋକାନ ଭଡାକୁ ଏନ୍ଏସି ତରଫରୁ ପାଞ୍ଚ ଗୁଣା ବୃଦ୍ଧି କରିବା ପ୍ରତିବାଦରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି । କିଛି ମୁନାଫାଖୋର ଘରୋଇ କଂପାନୀଙ୍କୁ ସହରର ସଫେଇ ଦାୟିତ୍ୱ ଦେଇଥିବା ଯୋଗୁଁ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜେପି ଅଭିଯୋଗ କରିଛି । ଏ ନେଇ ବିଜେପି କଣ୍ଟାବାଞ୍ଜି ନଗର ମଣ୍ଡଳ ତରଫରୁ ଏକ ଆଠ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସିର ପରିମଳ ବ୍ୟବସ୍ଥା ତଥା ସହରର ଆଲୋକୀକରଣ ପାଇଁ ଆସୁଥିବା ଲକ୍ଷାଧିକ ଟଙ୍କାର ସରକାରୀ ଅନୁଦାନର ବାଟମାରଣା ହେବା ସହ ଏନ୍ଏସି କର୍ମଚାରୀଙ୍କ ମନୋମୁଖୀ କାରବାର ଯୋଗୁଁ
ସହରର ସୌନ୍ଦର୍ଯ୍ୟକରଣ କାମ ବାଧାପ୍ରାପ୍ତ ହୋଇଛି । ସହହର ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ପାରିିପାଶ୍ୱିର୍କ ବିକାଶ ଦିଗରେ କଣ୍ଟାବାଂଜି ଏନ୍ଏସିର ବିଫଲତା ବିରୁଦ୍ଧରେ ଆଜି କଂଟାବାଞ୍ଜି ବିଜେପି ପକ୍ଷରୁ କଣ୍ଟାବାଞ୍ଜି ଏନ୍ଏସି ଘେରାଓ କରାଯାଇଥିଲା ।
ଏହି ଘେରାଓ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ବେଦବ୍ୟାସ ନାଗ, କଣ୍ଟାବାଂଜି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ନରସିଂହ ସିଂହ, କଂଟାବାଂଜି ବିଜେପିର ପୂର୍ବତନ ସଭାପତି ଅଜୟ ଶର୍ମା ଘାସିରାମ ଜୈନ, ରାଜେଶ ଅଗ୍ରୱାଲ, ବିଜେପି ଜିଲ୍ଲା ଉପସଭାପତି ଶ୍ରୀବତ୍ସ ବେହେରାଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ଥିଲେ ।