-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
02-Mar-2021
ବୌଦ୍ଧ (ପ୍ରେରଣା ଖବର ବ୍ୟୁରୋ): ଆଜି ସକାଳ ୧୦ଟା ସମୟରେ ୫୭ନଂ ଜାତୀୟ ରାଜପଥର ସାହାଜପାଲ ନିକଟ କନକପୁର ଛକ ହମ୍ପସରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗୋଟିଏ ବାଇକକୁ ଧକ୍କାଦେବା ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି l ପ୍ରାପ୍ତ ସୂଚନା ଅନୁଯାୟୀ ସକାଳ ପ୍ରାୟ 10 ଘଣ୍ଟା ସମୟରେ ପଦ୍ମନପୁର୍ ପଂଚାୟତ ବଡ଼ ଖଲିଗାଁ ଗ୍ରାମର ଦୀପକ ବାରିକ (୧୮) ଏକ ବାଇକ ଓଡ଼ି 27 ଏ 0899 ଯୋଗେ ସାହାଜପାଲ୍ ଆଡକୁ ଆସୁଥିବା ବେଳେ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୋବାଇଲ ସ୍ବାସ୍ଥ୍ୟ ସେବାପାଇଁ ଭଡାସୂତ୍ରରେ ଲାଗିଥିବା ବୋଲେରୋ ଓଡ଼ି ୨୭ ୨୪୫୮ ଟି ବିପରୀତ ଦିଗରୁ ଆସି କନକପୁର ଛକରେ ବାଇକକୁ ଧକ୍କା ଦେଇଥିଲା l ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ | ପ୍ରତ୍ଯକ୍ଷ ଦର୍ଶୀଙ୍କ କହିବାନୁମତେ ୫୭ନଂ ଜାତୀୟ ରାଜପଥର କନକପୁର ଛକ ନିକଟରେ ଗତକାଲି ଏକ ଉଚ୍ଚ ହମ୍ପସ୍ ନିର୍ମାଣ କରାଯାଇଛି | ବୋଲେରୋ ଡ୍ରାଇଭର ତାହା ଜାଣିନପାରି ଦୃତ ଗତିରେ ଗାଡିକୁ ହମ୍ପସ୍ ଉପରେ ଚଢାଇ ଭାରସାମ୍ୟ ହରାଇ ଥିଲା ଓ ଆଗରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା l ଖବର୍ ପାଇ ୧୦୮ ଆମ୍ବୁଲାନସ୍ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲା l ଉତ୍ୟକ୍ତ ଲୋକେ ଡ୍ରାଇଭରକୁ ଆକ୍ରମଣ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଲୋକେ କିଛି ସମୟ ଧରି ଜାତୀୟ ରାଜପଥ ନମ୍ବର ୫୭କୁ ଅବରୋଧ କରିଥିଲେ | ବାଉଁଶୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ପାରିନଥିବା ବେଳେ ଦୁଇ ଜଣ ହୋମ୍ ଗାର୍ଡ ଘଟଣା ସ୍ଥଳରେ ପହଂଚିଥିବା ଜଣାପଡିଛି l