-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||     

HOME   ଜିଲ୍ଲା

ଗଞ୍ଜାମ ଜିଲ୍ଲାର ୭ ବନାଞ୍ଚଳରେ କୃଷ୍ଣସାର ଗଣନା

01-Mar-2021



ଭଞ୍ଜନଗର/ବ୍ରହ୍ମପୁର(ପ୍ରେରଣା ଖବର) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ ଏବଂ ଘୁମୁସର ବନଖଣ୍ଡର ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡରେ ରବିବାର କୃଷ୍ଣସାର ମୃଗ ଗଣନା ହୋଇଛି। ଏହି ୩ ବନଖଣ୍ଡର ୭ ଟି ବନାଞ୍ଚଳରେ ଏହି ମୃଗ ଗଣନା କରାଯାଇଛି। ସମୁଦାୟ ବନାଞ୍ଚଳରେ ୧୧୩ଟି ୟୁନିଟରେ ୩୮୯ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ସକାଳ ୬ଟାରୁ ଏହି ମୃଗ ଗଣନା ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ମୃଗ ଅଧିକ ସଂଖ୍ୟାରେ ଦୃଶ୍ୟମାନ ହେଉଥିବାରୁ ସଂଖ୍ୟା ବୃଦ୍ଧି ପାଇଥିବା ସମ୍ଭାବନା ରହିଛି। ମୁଣ୍ଡ ଗଣତି ପଦ୍ଧତିରେ ଏହି ଗଣନା ‌କରା ଯାଇଥିବା ବେଳେ ଗଣନା ସମୟରେ କମ୍ପାସ୍‌, କ୍ୟାମେରା, ବାଇନାକୁଲର ପ୍ରଭୃତି ଉପକରଣ ବ୍ୟବହାର କରା ଯାଇଥିଲା। ବ୍ରହ୍ମପୁର ବନଖଣ୍ଡର ବ୍ରହ୍ମପୁର, ଦିଗପହଣ୍ଡି ଓ ଖଲ୍ଲିକୋଟ ବନାଞ୍ଚଳରେ କୃଷ୍ଣସାର ଗଣନା କରା ଯାଇଥିଲା। ୩ଟି ବାନାଞ୍ଚଳକୁ ୩୭ ୟୁନିଟ୍‌ରେ ବିଭକ୍ତ କରି ଗଣନା କରା ଯାଇଥିଲା। ପ୍ରତି ୟୁନିଟ୍‌ରେ ୨ଜଣ ଲେଖାଏ ୭୪ଜଣ କର୍ମଚାରୀ ସାମିଲ ହୋଇଥିଲେ। ଗତ ଗଣନାରେ ବ୍ରହ୍ମପୁର ବନଖଣ୍ଡରେ ୨୪୭୫ କୃଷ୍ଣସାର ଥିଲେ। ଏଥିରେ ଅଣ୍ଡିରା ୩୧୬, ମାଇ ୧୭୮୧ ଏବଂ ୩୭୮ ଛୁଆ ରହିଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବୁଗୁଡ଼ା ଓ ପୋଲସରା ବନାଞ୍ଚଳରେ କୃଷ୍ଣସାର ଗଣନା ହୋଇଛି। ଆସିକା ବନାଞ୍ଚଳର ଆସିକା ଓ ଶେରଗଡ ସେକ୍ସନ୍‌, ବୁଗୁଡା ବନାଞ୍ଚଳର ବାଲିପଦର, ପଞ୍ଚଭୂତି, ବୁଗୁଡା ଓ ମାଣିରତା ସେକ୍ସନ୍‌, ପୋଲସରା ବନାଞ୍ଚଳର କୋଦଳା ଓ ପୋଲସରା ସେକ୍ସନ୍‌ରେ ଏହି ଗଣନା ହୋଇଛି। ଏହି ୩ଟି ବନାଞ୍ଚଳରେ ୬୮ ୟୁନିଟ୍‌ କରି ୨୬୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀ ମୃଗ ଗଣନାରେ ନିୟୋଜିତ ହୋଇଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା, ଏସିଏଫଓ ସଙ୍କର୍ଷଣ ବେହେରା, ପ୍ରଭାକର ନାୟକ, ଆସିକା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବୁଗୁଡା ବନାଞ୍ଚଳ ଅଧିକରୀ ଫକୀର ଚରଣ ବେହେରା, ପୋଲସରା ବନାଞ୍ଚଳ ଅଧିକାରୀ ସଚିନ୍ କୁମାର ପ୍ରଧାନ ଓ ସୋରଡ଼ା ବନାଞ୍ଚଳ ଅଧିକାରୀ ଲମ୍ବୋଦର ବାସ୍କେଙ୍କ ସମେତ ବନପାଳ, ବନରକ୍ଷୀ, ପାରା ସ୍କ୍ବାଡ଼ ଆଦି ଏହି ମୃଗ ଗଣନାରେ ସାମିଲ ହୋଇଥିଲେ। ବିଗତ ବର୍ଷ ଏହି ବନଖଣ୍ଡରେ ୪୧୧୪ଟି କୃଷ୍ଣସାର ମୃଗ ରହିଥିବା‌ ବେଳେ ସେଥି ମଧ୍ୟରୁ ୯୭୧ଟି ଅଣ୍ଡିରା,୨୫୦୯ ଟି ମାଇ ଏବଂ ୬୩୪ ଟି ଛୁଆ କୃଷ୍ଣସାର ମୃଗ ଥିଲେ। ଚଳିତ ବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗଙ୍କ ଖାଦ୍ୟ ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ଗୁରୁତ୍ବ ଦିଆ ଯାଇଥିଲା। ଏଥିସହ ସୁରକ୍ଷା ବାଡ଼ ଠାରୁ ଆରମ୍ଭ କରି ଜଳାଶୟ, ଖାଦ୍ୟ ଆଦି କ୍ଷେତ୍ରରେ ବନ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆ ଯାଇଥିଲା। ଗତବର୍ଷ ତୁଳନାରେ ଗଣନା ବେଳେ ଅଧିକ ସଂଖ୍ୟାରେ କୃଷ୍ଣସାର ଦୃଶ୍ୟମାନ ହୋଇଥିବା ଡିଏଫଓ ଶ୍ରୀ ବେହୁରା ପ୍ରକାଶ କରିଛନ୍ତି। ସେ‌ହିପରି ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥ ପ୍ରସାଦ ରେଞ୍ଜର ଗେରେଡା, ବେଲଗୁଣ୍ଠା ଓ ଜଗନ୍ନାଥ ପ୍ରସାଦ ବନାଞ୍ଚ‌ଳରେ ଏହି ମୃଗ ଗଣନା କରାଯାଇଛି। ଏହି ବନାଞ୍ଚଳରେ ୮ଟି ୟୁନିଟରେ ୪୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, ଏସିଏଫଓ ସୁଦର୍ଶନ ବାଦୀ, ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ, ଗେରେଡ଼ା ବନପାଳ କଳାବଦନ ଦାସ, ଇସୁଆ ଗଣେଶ, ବବୁଲ କୁମାର ସେଠୀଙ୍କ ସମେତ ବନପାଳ, ବନରକ୍ଷୀ ଓ ସ୍କ୍ବାଡ଼ ସାମିଲ୍‌ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026

You Might Also Like