-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ର ପୁଇଁତଲା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡା ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀର ନିୟମ ପାଳନ କରି ଏ ବର୍ଷର ଵିଷୟ"ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା ଓ ନୂତନ ଉଦ୍ଭାବନରେ ଭବିଷ୍ୟତ:ଶିକ୍ଷା,ଦକ୍ଷତା ଓ ବୃତ୍ତି ଉପରେ ଏହାର ପ୍ରଭାବ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ବିଜ୍ଞାନ ଶିକ୍ଷକ ପ୍ରକୃତିବନ୍ଧୁ ଆନନ୍ଦ ବଡପଣ୍ଡା ମୁଖ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ। ଭାରତର ବିଶିଷ୍ଟ ବୈଜ୍ଞାନିକ ସାର ଭେଙ୍କଟ ରମଣଙ୍କ ଜୀବନୀ ଉପରେ ପାଞ୍ଚଜଣ ଛାତ୍ରଛାତ୍ରୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ସଭା ଶେଷରେ ଖେଳ ଶିକ୍ଷକ ପ୍ରବୀଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।