-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ନୟାଗଡ଼ (ପ୍ରେରଣା ଖବର ବ୍ୟୁରୋ) ନୟାଗଡ଼ର ବହୁଚର୍ଚ୍ଚିତ ନାବାଳିବା ହତ୍ୟାକାଣ୍ଡ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ l ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ମା ସୌଦାମିନୀ ସାହୁଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଆଜି ମାନ୍ୟବର ସୁପ୍ରିମକୋର୍ଟ ଶୁଣାଣି କରିବେ ।
ତେବେ ପୂର୍ବରୁ ପରୀ ହତ୍ୟାକାଣ୍ଡ ମାମଲାରେ ଏହି ହତ୍ୟାକାଣ୍ଡର କାହିଁକି ସିବିଆଇ ତଦନ୍ତ ହେବନାହିଁ ସେ ନେଇ ସ୍ପଷ୍ଠ କରିବାକୁ ଉଭୟ ରାଜ୍ୟ ସରକାର ଓ ଓଡିଶା ହାଇକୋର୍ଟଙ୍କୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ l
ତେବେ ଆଜି ଏହି ମାମଲାରେ ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ପକ୍ଷରୁ କେଉଁ ସତ୍ୟପାଠ ଦାଖଲ କରାଯାଉଛି ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହେବ । ଏହାସହ ଘଟଣାର ସିବିଆଇ ତଦନ୍ତ ନେଇ ସୁପ୍ରିମକୋର୍ଟ କଣ ନିର୍ଦେଶ ଦେଉଛନ୍ତି ତାହା ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି l