-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ଖଲ୍ଲିକୋଟ(ପ୍ରେରଣା ଖବର ବ୍ୟୁରୋ): ଫାସ୍ ଟ୍ୟାଗକୁ ନେଇ ଗଣ୍ଡଗୋଳ । ଫାସ୍ ଟ୍ୟାଗ୍ ନଥିବାରୁ ଦୁଇ ଗୁଣ ଟୋଲ୍ ଫି ମାଗିବାକୁ ନେଇ ହୋଇଛି ପାଟିତୁଣ୍ଡ । ହାତାହାତି ଯାଏ କଥା ଯାଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଟୋଲଗେଟ୍ ନିକଟରେ ହାତାହାତି ହୋଇଛନ୍ତି ଟୋଲ୍ ଗେଟ୍ କର୍ମଚାରୀ ଓ ଗାଡ଼ିରେ ବସିଥିବା ଲୋକ ।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ଗାଡ଼ିରେ ବରଯାତ୍ରୀ ଯାଉଥିଲେ । ଗାଡିରେ ଫାସ୍ ଟ୍ୟାଗ୍ ନଥିବାରୁ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲ୍ ଗେଟ୍ କର୍ମଚାରୀ ଦୁଇ ଗୁଣା ଟୋଲ୍ ଫିସ୍ ମାଗିଥିଲେ । ଏହାପରେ ବରଯାତ୍ରୀମାନେ ହଠାତ୍ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ସହ ମାରପିଟ ମଧ୍ୟ କରିଥିଲେ । ଏଥିରେ ଟୋଲ୍ ଗେଟର କିଛି କର୍ମଚାରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।