-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ଟିଟିଲାଗଡ଼, ବଲାଙ୍ଗୀର,(ପ୍ରେରଣାଖବର): ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ନେଇ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ନିୟମ ଲାଗୁକରି କାର୍ଯ୍ୟକାରି କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉକ୍ତ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ କରିବା ସତ୍ୱେ ସାଧାରଣ ସୁବିଧା ରୁ ବଞ୍ଚିତ ହୋଇରହିଥିବା ଦେଖା ଯାଉଛି । ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାର ମାଲେସିରା ଗ୍ରାମର ମିଥୁନ ଘିବେଲା ନାମକ ଜଣେ ବ୍ୟକ୍ତି ସରକାର ଙ୍କ ମୁଦ୍ରା ଯୋଜନା ଅନୁଯାୟୀ ସହାୟତା ରାଶି ନିମନ୍ତେ ଆବେଦନ କରିଥିଲେ । ହେଲେ ଅନ ଲାଇନ ଜରୀଆରେ ଉକ୍ତ ରାଶି ନିମନ୍ତେ ବ୍ୟାଙ୍କ ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଥିଲା । ହେଲେ ସେ ଟିଟିଲାଗଡ ଷ୍ଟେଟ ବ୍ୟାଙ୍କ ଶାଖା ଋଣ ପ୍ରଦାନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ବ୍ୟାଙ୍କରେ ଥିବା ଜଣେ ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ କହିଥିଲେ । ଉକ୍ତ ବ୍ୟକ୍ତି ବ୍ୟାଙ୍କ କର୍ମଚାରୀ ହୋଇ ନ ଥିବା ବେଳେ ସେ ଋଣ ଟଙ୍କା ରୁ ୨୦% ଆଗ ଦେବା ପରେ ଋଣ ପ୍ରଦାନ କରାଯିବ ବୋଲି କହିଥିଲେ । ଏ ନେଇ ଉକ୍ତ ଅଧିକାରୀଙ୍କୁ ସେ ଅଭିଯୋଗ କରିବାରୁ ସେ କିଛି ଶୁଣି ନ ଥିଲେ । କିନ୍ତୁ ନାମୀ,ଦାମୀ ଲୋକେ ଗଲେ ତାଙ୍କ ସହ ସଲା ସୁତୁରା କରି ଘଂଟା ଘଣ୍ଟା ଧରି ସମୟ ଦେବା ଓ ତାଙ୍କୁ ସବୁ ସୁଯୋଗ ଦେଇ ନିଜେ ମାଲା ମାଲ ହେବା ଦେଖାଯାଉଛି । ଏପରି ଆଖ ପାଖ ଅଞ୍ଚଳ ର ଲୋକେ ପ୍ରତିଦିନ ବ୍ୟାଙ୍କ କୁ ଧାଇଁବା ସତ୍ୱେ ଏହି ଟଙ୍କା କାରବାର ଖୋଲା ଖୋଲି ଚାଲିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସେହିପରି ଏଠି
କର୍ମଚାରୀ ମନଇଚ୍ଛା ଆସିବା ଯିବା ସହ ମନମୁଖୀ କାର୍ଯ୍ୟ ଯୋଗୁଁ ହଇରାଣ ହରକତ ର ଶିକାର ହେଉଥିବା ନେଇ ଅଭିଯୋଗ ହେଉଛି । ଏ ନେଇ ତୁରନ୍ତ ବିଭାଗୀୟ ଅଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସେବା ସଂଘ ଦାବି କରିଛି ।