-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||     

HOME   ଜିଲ୍ଲା

କଟକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

21-Jun-2026



କଟକ (ତପନ ମହାନ୍ତି):  କଟକ ଜିଲ୍ଲାସ୍ତରୀୟ ଆର୍ନ୍ତଜାତୀୟ ଯୋଗ ଦିବସ ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି ।ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ନିର୍ଦ୍ଦେଶାନୁସାରେ ବିଭିନ୍ନ ଯୋଗ ଅନୁଷ୍ଠାନ ମାନଙ୍କ ସହଯୋଗ ଓ ସହାଭାଗିତାରେ ଏହି ଯୋଗ ଦିବସ ପାଳନ କରାଯାଇଅଛି। ସ୍ୱାଗତ ପୂର୍ବକ ନିଜର ଅଭିଭାଷଣ ରଖି ଜିଲ୍ଲାପାଳ କହିଲେ ଯେ ସମସ୍ତ ଦେଶବାସୀଙ୍କ ସୁସ୍ଥତା ତଥା ସେମାନେ ନିରୋଗ ରହିବା ଉଦ୍ଦେଶ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ ଚିନ୍ତାଧାରାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଦିବସ ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ ୧୦୦ରୁ ଉର୍ଦ୍ଧ ଦେଶରେ ଏହି ଦିବସ ପାଳନ  କରାଯାଉଛି।

ଯୋଗାଭ୍ୟାସ ସହ ନିରୋଗ ରହି ନିଜ ନିଜ କ୍ଷେତ୍ରରେ ସହଜରେ ତଥା ସେବା କାର୍ଯ୍ୟ କରିପାରିବା ଉପରେ ସେ ଆଲୋକପାତ କରିଥିଲେ।ଆଜିର ଦିଵସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଯୋଗ ଦେଇ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ "ସୁସ୍ଥ ଜୀବନ ପାଇଁ ଯୋଗ" ଉପରେ ଆଲୋକପାତ କରି ଯୋଗାଭ୍ୟାସ ସହ ଦୈନନ୍ଦିନ ଜୀବନ ଯାପନ କିପରି ସରଳ ହୋଇପାରିବ ତଥା ଶାରୀରିକ ସୁସ୍ଥତା ଓ ମାନସିକ ଚାପମୁକ୍ତ ହୋଇ  ଆମେ ରାଜ୍ୟ ତଥା ଦେଶର ପ୍ରଗତିରେ ନିଜ ନିଜ କ୍ଷେତ୍ରରେ ଭଲଭାବେ କାର୍ଯ୍ୟ ସଂପାଦନ କରିପାରିବା ,ସେ ଦିଗରେ ଆଲୋକପାତ କରିଥିଲେ। ଜନସେବା ସହ ସମସ୍ତ କାର୍ଯ୍ୟ ନିମନ୍ତେ ଯୋଗାଭ୍ୟାସକୁ ଦୈନନ୍ଦିନ ଜୀବନର ଅଭ୍ୟାସ ଭାବେ ଆପଣାଇବାକୁ ସେ ଆହ୍ୱାନ ଦେଇଥିଲେ । 
ସମ୍ମାନିତ ଅତିଥିଭାବେ କଟକ ସଦର ବିଧାୟକ, ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗାଭ୍ୟାସ ତାତ୍ପର୍ଯ୍ୟ ସମ୍ଵନ୍ଧରେ ନିଜର ମତାମତ ଦର୍ଶାଇ  ଏହାର ପ୍ରଭାବ କିପରି ଦୈନନ୍ଦିନ କାର୍ଯ୍ୟଶୈଳୀରେ ଲାଭଦାୟକ ହୋଇଥାଏ ସେ ସମ୍ଵନ୍ଧରେ ଆଲୋକପାତ କରିଥିଲେ। 
ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଅନ୍ୟମାନଙ୍କ  ମଧ୍ୟରେ କଟକ ମହାନଗର ନିଗମ ଆୟୁକ୍ତ, ସୁଶ୍ରୀ କିରଣଦୀପ କୌର ସହୋତା, ଡିସିପି  ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ରାଷ୍ଟ୍ର ସ୍ବୟଂ ସେବକ ସଂଘ ପ୍ରାପ୍ତ ବୈଦୈକ ପ୍ରମୁଖ, ଶ୍ରୀ ତନ୍ମୟ କୁମାର ମାହାପାତ୍ର, ଯୋଗ ମହୋତ୍ସବ ସମିତିର ସଂଯୋଜକ,ଡଃ ଜୟକୃଷ୍ଣ ପରିଡ଼ା ଏବଂ ସହ ସଂଯୋଜକ ଭୋଳାନାଥ ନାୟକ,ବରିଷ୍ଠ ସିନେ ଅଭିନେତା, ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ରହି ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରାୟ ୪୫ ମିନିଟ୍ ଧରି ଯୋଗ ମହୋତ୍ସବ ସମିତିର ଯୋଗାଗୁରୁ ତଥା ସଦସ୍ୟ,ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀମନ୍ତ କୁମାର ଆଚାର୍ଯ୍ୟ, ରାଜଲକ୍ଷ୍ମୀ ବିଶ୍ୱାଳଙ୍କ ଦ୍ଵାରା ଯୋଗାଭ୍ୟାସ ଚାଲିଥିଲା। ମୁଖ୍ୟ ଅତିଥିଙ୍କ ସମେତ ସମସ୍ତ ଅତିଥି ଓ ଉପସ୍ଥିତ ଅନୁଷ୍ଠାନର ସଦସ୍ୟ ଓ ବ୍ୟକ୍ତିବିଶେଷ ଯୋଗାଭ୍ୟାସ କରିଥିଲେ।ଯୋଗ ଅଭ୍ୟାସ ସମାପ୍ତି ପରେ ସୁସ୍ଥ ଓ ନିରୋଗ ଜୀବନଯାପନ ନିମନ୍ତେ ଯୋଗର ଉପାଦେୟତା ଓ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯୋଗକୁ ସାମିଲ କରାଇବା ସମ୍ପର୍କରେ ଯୋଗଗୁରୁଙ୍କ ଦ୍ୱରା ଶପଥ ପାଠ କରଯାଇଥିଲା।

ଆଜିର ଏହି ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ବିଭିନ୍ନ କ୍ରୀଡା ଅନୁଷ୍ଠାନ ତଥା ଜନ ପ୍ରତିନିଧି ଓ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜିଲ୍ଲା କ୍ରୀଡା କାର୍ଯ୍ୟାଳୟର ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା ଉପସ୍ଥିତ ରହି ସମସ୍ତ ସଂଯୋଜନା  କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026

You Might Also Like